ମହାକାଶକୁ ସାଟେଲାଇଟ୍‌ ପଠାଇଲା ଇରାନ

ତେହେରାନ,୨୭ା୯: ଇରାନ ସଫଳତାର ସହ ଏକ ଇମେଜିଙ୍ଗ ସାଟେଲାଇଟ୍‌ ବୁଧବାର ପୃଥିବୀପୃଷ୍ଠରୁ ମହାକାଶକୁ ଉତ୍‌କ୍ଷେପଣ କରିଛି। ଯାହା ପରମାଣୁ ଅସ୍ତ୍ରଶସ୍ତ୍ର ବିକଶିତ କରିବାରେ ଦେଶର ମହାକାଶ ପ୍ରଯୁକ୍ତିକୁ ବ୍ୟବହାର କରାଯାଇପାରିବ। ଇରାନର ଯୋଗାଯୋଗ ମନ୍ତ୍ରୀ ଇସା ଜାରେପୋର କହିଛନ୍ତି, ନୋର-୩ ଉପଗ୍ରହକୁ ପୃଥିବୀ ପୃଷ୍ଠରୁ ୪୫୦ କିଲୋମିଟର ଉଚ୍ଚରେ ଗତି କରୁଛି।

ଇରାନର ପାରାମିଲିଟାରୀ ରିଭୋଲ୍ୟୁସନାରୀ ଗାର୍ଡର ଏରୋସ୍ପେସ୍‌ ଆର୍ମ ପକ୍ଷରୁ ଏହି ଉତ୍‌କ୍ଷେପଣ କରାଯାଇଛି। ଯାହା ପୂର୍ବରୁ ଉପଗ୍ରହ ଉତ୍‌କ୍ଷେପଣରେ ସଫଳତା ପ୍ରଦର୍ଶନ କରିଥିଲା। ଇରାନର ନିୟମିତ ସଶସ୍ତ୍ର ବାହିନୀ ସହିତ ବିପ୍ଳବୀ ଗାର୍ଡ ନିଜର ସ୍ପେସ୍‌ ପ୍ରୋଗ୍ରାମ ଏବଂ ସାମରିକ ଭିତ୍ତିଭୂମି ପରିଚାଳନା କରେ। ଏପ୍ରିଲ ୨୦୨୦ ଇରାନ ଏହାର ପ୍ରଥମ ଉପଗ୍ରହକୁ ମହାକାଶକୁ ଉତ୍‌କ୍ଷେପଣ କରିଥିଲା। ପାଶ୍ଚାତ୍ୟ ପ୍ରତିବନ୍ଧକ ମଧ୍ୟ ଇରାନକୁ ଉନ୍ନତ ଗୁପ୍ତଚର ପ୍ରଯୁକ୍ତିବିଦ୍ୟା ଆମଦାନୀ କରିବାକୁ ବାରଣ କରିଛି।

ବିଗତ ଏକ ଦଶନ୍ଧି ମଧ୍ୟରେ ଇରାନ ଅନେକ ସ୍ବଳ୍ପକାଳୀନ ଉପଗ୍ରହକୁ କକ୍ଷପଥକୁ ପଠାଇଛି। ୨୦୧୩ ଇରାନ ମହାକାଶକୁ ଏକ ମାଙ୍କଡ଼ ପଠାଇଥିଲା। କିନ୍ତୁ ଲଗାତର ପାଞ୍ଚଟି ବିଫଳ ଲଞ୍ଚ ହୋଇଥିବାରୁ ଏହି କାର୍ଯ୍ୟକ୍ରମରେ ସାମ୍ପ୍ରତିକ ଅସୁବିଧା ଦେଖିବାକୁ ମିଳିଛି।

ଆମେରିକା ଏହା ପୂର୍ବରୁ ଅଭିଯୋଗ କରିଛି, ଇରାନର ଉପଗ୍ରହ ଉତ୍‌କ୍ଷେପଣ ଜାତିସଂଘ ସୁରକ୍ଷା ପରିଷଦର ନିଷ୍ପତ୍ତିକୁ ଖଣ୍ଡନ କରିଛି। ଯାହା ତେହେରାନକୁ ବାଲିଷ୍ଟିକ କ୍ଷେପଣାସ୍ତ୍ର ସହ ଜଡ଼ିତ କୌଣସି କାର୍ଯ୍ୟକଳାପ କରିବାକୁ ଆହ୍ବାନ ଦେଇଛି। ଯାହା ଆମେରିକାର ଗୁପ୍ତଚର ୨୦୨୨ର ଆକଳନ ଅନୁଯାୟୀ, ଉପଗ୍ରହ ଉତ୍‌କ୍ଷେପଣ ଯାନର ବିକାଶ ଦାବି କରିଛି।

ତେହେରାନର ଆଣବିକ କାର୍ଯ୍ୟକ୍ରମକୁ ନେଇ ପଶ୍ଚିମ ଏବଂ ଇରାନ ମଧ୍ୟରେ ତିକ୍ତତା ମଧ୍ୟରେ ଏହା ଆସିଛି। ଯାହା ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦୧୫ ପରମାଣୁ ଚୁକ୍ତିରୁ ଆମେରିକା ପ୍ରତ୍ୟାହାର କରିନେବା ପରେ କ୍ରମାଗତ ଭାବରେ ଆଗକୁ ବଢ଼ିଛି। ଏହି ଚୁକ୍ତିକୁ ଫେରିବା ପାଇଁ ଇରାନ ଇଚ୍ଛା ପ୍ରକାଶ କରିଛି। କିନ୍ତୁ କହିଛି ଯେ, ତେହେରାନ ଉପରେ ରଖାଯାଇଥିବା ପ୍ରତିବନ୍ଧକକୁ ଆମେରିକା ପ୍ରଥମେ ସହଜ କରିବା ଉଚିତ।

Share