ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ କଲା ଇରାନ

ଇସଲାମାବାଦ,୫।୨: ପାକିସ୍ତାନ ଭିତରେ ପ୍ରବେଶ କରି ସର୍ଜିକାଲ ଷ୍ଟ୍ରାଇକ କରିଛି ଇରାନ। ଇରାନର ରିଭୋଲ୍ୟୁସନାରୀ ଗାର୍ଡ(ଆଇଆରଜିସି) ପକ୍ଷରୁ ଗୁଇନ୍ଦା ସୂଚନା ଆଧାରରେ ପାକିସ୍ତାନରେ ଅପରେସନ କରିଥିଲା ବୋଲି କୁହାଯାଇଛି। ଇରାନ ସର୍ଜିକାଲ ଷ୍ଟ୍ରାଇକ କରି ବାଲୋଚ ଆତଙ୍କବାଦୀଙ୍କ କଳବରେ ଥିବା ନିଜ ଦେଶର ଦୁଇ ଜଣ ଯବାନଙ୍କୁ ଉଦ୍ଧାର କରିଛି। ସୂଚନାଯୋଗ୍ୟ, ୨୦୧୮, ଅକ୍ଟୋବର ୧୬ରେ ୨ ଜଣ ସୀମାନ୍ତ ଯବାନଙ୍କୁ ଜୈଶ ଉଲ-ଅଦିଲ ନାମକ ଆତଙ୍କବାଦୀ ସଂଗଠନ ଅପହରଣ କରି ନେଇଥିଲା। ସେବେଠାରୁ ସେମାନେ ଆତଙ୍କବାଦୀଙ୍କ କବଳରେ ପଣବନ୍ଦୀ ହୋଇ ରହିଥିଲେ।

Share