ଯୁଦ୍ଧ ବଢିଲେ ଏଥିରେ ଆମେରିକା ମଧ୍ୟ ଜଳିବ-ଇରାନ, କଡ଼ା ଜବାବ ଦେଲା ଆମେରିକା

ନୂଆଦିଲ୍ଲୀ,୨୮/୧୦: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ ଭିତରେ ପଶି ପାଲେଷ୍ଟାଇନ ଆତଙ୍କୀ ସଂଗଠନ ହମାସ ଆକ୍ରମଣ କରିବା ପରେ ଇସ୍ରାଏଲ ସୈନ୍ୟ ପକ୍ଷରୁ ଗାଜା ପଟି ଏବଂ ଲେବନାନ ଆତଙ୍କୀ ସଂଗଠନ ଉପରେ ବୋମାମାଡ଼ ତୃତୀୟ ବିଶ୍ୱଯୁଦ୍ଧକୁ ନିମନ୍ତ୍ରଣ କରୁଛି। ଏହାର କାରଣ ହେଉଛି କି ଦୁଇ ପକ୍ଷ ସହିତ ଲଢ଼ୁଥିବା ଇସ୍ରାଏଲକୁ ଇରାନ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଚେତାବନୀ ଦେଇ ଆସୁଥିଲା, କିନ୍ତୁ ଏବେ ଇରାନ ସିଧା ସଳଖ ଯୁଦ୍ଧଭୂମିରେ ଓହ୍ଲାଇବାକୁ ଧମକ ଦେଇଛି।

ଇରାନ ବିଦେଶ ମନ୍ତ୍ରୀ ହୁସେନ ଅମୀର ଅବଦୁଲ୍ଲାହୀୟନ ସିଧା ସିଧା ଧମକ ଦେଇ କହିଛନ୍ତି, ଯଦି ଇସ୍ରାଏଲ ଗାଜା ଉପରେ ଯୁଦ୍ଧ ଅପରାଧ ବନ୍ଦ ନ କରେ ତେବେ ଏହାକୁ ଅନେକ ମୋର୍ଚ୍ଚା ସହିତ ଯୁଦ୍ଧ ଲଢ଼ିବାକୁ ପଡିପାରେ।

ଅନ୍ୟପଟେ ଇସ୍ରାଏଲର ଢାଲ ହୋଇ ଛିଡ଼ା ହୋଇଥିବା ଆମେରିକାକୁ ମଧ୍ୟ ଯୁଦ୍ଧର ନିଆଁରେ ଜଳିବାକୁ ଧମକ ଦେଇଛି ଇରାନ। ଏହାରି ମଧ୍ୟରେ ଆମେରିକା ସୈନ୍ୟଙ୍କ ଉପସ୍ଥିତି ଆରବ ସାଗରରେ ବଢ଼େଇ ଦେଇଛି। ଏହାର ଜବାବରେ ଆମେରିକା କହିଛି ଇରାନ ସହିତ ସେ ଯୁଦ୍ଧ ଚାହୁନାହି, କିନ୍ତୁ ଇସ୍ରାଏଲ ସୀମାବର୍ତୀ ଅଞ୍ଚଳରେ ମୁତୟନ ହୋଇଥିବା ଆମେରିକାର ବିମାନ ଏବଂ ସୈନ୍ୟ ଜାହାଜକୁ ଦେଖି ଇରାନ ସଙ୍କେତ ବୁଝିଯିବା କଥା।

Share