ଇରାନୀ ଫିଲ୍ମ ନିର୍ମାତା ଜଫର ପନାହିଙ୍କୁ ମିଳିଲା ଜାମିନ

ତେହେରାନ,୪ ।୨: ଇରାନର ପ୍ରସିଦ୍ଧ ଫିଲ୍ମ ନିର୍ମାତାଙ୍କ ମଧ୍ୟରୁ ଜଣେ ଜଫର ପନାହି ତେହେରାନର ଇଭିନ ଜେଲରେ ବନ୍ଦୀ ହେବାକୁ ବିରୋଧ କରି ସରକାରଙ୍କ ବିରୋଧରେ ଭୋକ ଓପାସରେ ବସିଥିଲେ । ଏହାର ଠିକ୍ ଦୁଇଦିନ ପରେ ତାଙ୍କୁ ଜେଲରୁ ଜାମିନ ପ୍ରଦାନ କରାଯାଇ ମୁକୁଳାଇ ଦିଆଯାଇଛି । ଜାଫରଙ୍କ ପତ୍ନୀ ତହରେହ ସଇଦି ଏହି ସୂଚନା ଇନଷ୍ଟାଗ୍ରାମ ମାଧ୍ୟମରେ ଦେଇଛନ୍ତି ।
ଫିଲ୍ମ ନିର୍ମାତା ପନାହିଙ୍କୁ ଗତବର୍ଷ ଜୁଲାଇରେ ଗିରଫ କରାଯାଇଥିଲା ଓ ପରେ ସରକାରଙ୍କ ବିରୋଧରେ ପ୍ରଚାର କରିବା ଅଭିଯୋଗରେ ୬ ବର୍ଷର ଜେଲ ଦଣ୍ଡ ନିର୍ଦ୍ଦେଶ ଦିଆଯାଇଥିଲା, ଯାହା ୨୦୧୧ର ସଜା ଥିଲା ଓ ଏହା କେବେ ଲାଗୁ କରାଯାଇ ନ ଥିଲା । ସରକାରଙ୍କ ବିରୋଧରେ ଉପବାସରେ ଅନଶନରେ ବସିବା ଖବର ଆସିବା ପରେ ଜେଲ ପ୍ରଶାସନ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ।

Share