ଶତ୍ରୁତା ଭୁଲି ସାଉଦି ଆରବ ଗସ୍ତ କରିବେ ଇରାନର ରାଷ୍ଟ୍ରପତି ଇବ୍ରାହିମ, ଇସ୍ରାଏଲ-ହମାସ ଯୁଦ୍ଧ ଉପରେ ହେବ ଚର୍ଚ୍ଚା

ତେହରାନ,୭।୧୧: ଦୀର୍ଘ ଦିନ ଧରି ସାଉଦି ଆରବ ଏବଂ ଇରାନ ମଧ୍ୟରେ ବିବାଦ ଲାଗି ରହିଛି। ଉଭୟ ଦେଶ ପରସ୍ପରର ପ୍ରତିଦ୍ୱନ୍ଦ୍ୱୀ। ହେଲେ ଏହି ସମୟରେ ଖବର ଆସିଛି ଯେ ପ୍ରାୟ ୧୧ ବର୍ଷ ପରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ସାଉଦି ଆରବ ଗସ୍ତ କରିବେ। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ରାଇସି ଆସନ୍ତା ରବିବାର ରିୟାଦରେ ପହଞ୍ଚିବେ ଏବଂ ଏଠାରେ ସେ ଇସ୍ରାଏଲ-ହମାସ ଯୁଦ୍ଧ ସହ ଜଡିତ ଏକ ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ। ଏହାପୂର୍ବରୁ ଅକ୍ଟୋବର ୧୧ରେ ଇରାନର ରାଷ୍ଟ୍ରପତି ଏବଂ ସାଉଦି କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନ ଇସ୍ରାଏଲ-ହମାସ ଯୁଦ୍ଧ ବିଷୟରେ ଆଲୋଚନା କରିଥିଲେ।

ସୂଚନାଯୋଗ୍ୟ, ଆଞ୍ଚଳିକ ପ୍ରାଧାନ୍ୟକୁ ନେଇ ଇରାନ ଏବଂ ସାଉଦି ଆରବ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଛି। ଏଭଳି ପରିସ୍ଥିତିରେ ଗତ ୧୧ ବର୍ଷ ମଧ୍ୟରେ ଇରାନର କୌଣସି ରାଷ୍ଟ୍ରପତି ସାଉଦି ଆରବ ଗସ୍ତ କରିନାହାଁନ୍ତି। ରିପୋର୍ଟ ଅନୁଯାୟୀ, ରାଇସି ରିୟାଦ ଗସ୍ତ କରିବେ ଯେଉଁ ସମୟରେ ଉଭୟ ଦେଶ ସାତ ବର୍ଷ ପରେ କୂଟନୈତିକ ସମ୍ପର୍କର ପୁନରୁଦ୍ଧାର ସହିତ ସମ୍ପର୍କକୁ ସ୍ବାଭାବିକ କରିବାକୁ ରାଜି ହୋଇଛନ୍ତି। ରାଇସି ପୂର୍ବରୁ, ୨୦୧୨ରେ, ଇରାନର ତତ୍କାଳୀନ ରାଷ୍ଟ୍ରପତି ସାଉଦି ଆରବ ଗସ୍ତ କରିଥିଲେ।

Share