ଓମାନ ଉପସାଗରରେ ଇରାନ ନୌସେନାର ଅନୁପ୍ରେବଶ

ଓ୍ବାଶିଂଟନ୍‌,୬।୭: ଆମେରିକାର ନୌସେନା ଅନୁଯାୟୀ, ଇରାନର ଏକ ନୌସେନା ଜାହାଜ ବୁଧବାର ଓମାନ ଉପସାଗରରେ ଥିବା ଆନ୍ତର୍ଜାତୀୟ ଜଳକ୍ଷେତ୍ରରେ ପ୍ରବେଶ କରି ତେଲ ଟ୍ୟାଙ୍କର୍‌ ଟିଆରଏଫ ମୋସ ନିକଟରେ ପହଞ୍ଚିଥିଲା। ଆମେରିକାର ନୌସେନାର ଧ୍ୱସଂକାରୀ ଗାଇଡ-ମିସାଇଲ ୟୁଏସଏସ ମ୍ୟାକଫଲକୁ ଦେଖିବା ମାତ୍ରେ ଇରାନର ଜାହାଜ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା।

ଇରାନର ସରକାରୀ ନ୍ୟୁଜ ଏଜେନ୍ସି ଆଇଆରଏନଏ କହିଛି ଯେ, ଇରାନ କର୍ତ୍ତୃପକ୍ଷ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ଆମେରିକାର ନୌସେନା ଅନୁଯାୟୀ, ଇରାନ ୨୦୨୧ ପରଠାରୁ ପ୍ରାୟ ୨୦ ଟି ବାଣିଜ୍ୟ ଜାହାଜକୁ ଜବତ କରିଛି । ଯାହା ଆଞ୍ଚଳିକ ସାମୁଦ୍ରିକ ସୁରକ୍ଷା ତଥା ବିଶ୍ୱ ଅର୍ଥନୀତି ପାଇଁ ବିପଦ ସୃଷ୍ଟି କରିଛି।

Share