ପାଇପଲାଇନ୍‌ କାମକୁ ଶୀଘ୍ର ଶେଷ କରିବାକୁ ପାକିସ୍ତାନକୁ ଅନୁରୋଧ କଲା ଇରାନ, ଓ୍ବାଶିଂଟନ୍‌ର ବିରୋଧ

ଇସଲାମବାଦ,୪।୮: ପାକିସ୍ତାନ ନିଜ ଅଂଶର ଗ୍ୟାସ ପାଇପ୍‌ ଲାଇନ୍‌ କାମ ଶୀଘ୍ର ଶେଷ କରୁ ବୋଲି ନିଜ ମତ ପ୍ରକାଶ କରିଛି ଇରାନ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି, ଦୁଇ ଦେଶ ମଧ୍ୟରେ ଏହି ମଲ୍ଟି ବିଲିୟନ ଡଲାର ପ୍ରକଳ୍ପ ୨୦୧୪ ଠାରୁ ଅଟକି ରହିଛି। ପରମାଣୁ କାର୍ଯ୍ୟକ୍ରମକୁ ନେଇ ତେହେରାନ ଉପରେ ଲାଗିଥିବା ପ୍ରତିବନ୍ଧକକୁ ଏହି ପ୍ରକଳ୍ପ ଉଲ୍ଲଂଘନ କରିବ ବୋଲି ୱାଶିଂଟନ ଏହାକୁ ବିରୋଧ କରିଛି।

ସୂଚନାଯୋଗ୍ୟ, ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଆମୀର ଅବଦୋଲ୍ଲା ଇସଲାମାବାଦକୁ ୩ଦିନିଆ ଗସ୍ତରେ ଅଛନ୍ତି।

Share