ଇସ୍ରାଏଲକୁ ଇରାନର ଧମକ: ଆକ୍ରମଣ ବନ୍ଦ ନ ହେଲେ ଘଟିବ ବିପର୍ଯ୍ୟୟ…

ତେହେରାନ,୧୫।୧୦ : (୦୧) ଇରାନ ଇସ୍ରାଏଲକୁ ଗାଜା ଉପରେ ଆକ୍ରମଣ ନ କରିବାକୁ ଚେତାବନୀ ଦେଉଛି। ଇରାନ ଆରବ ଦେଶଗୁଡ଼ିକୁ ଏକଜୁଟ କରିବାରେ ନିୟୋଜିତ ଅଛି। ଯଦି ଇସ୍ରାଏଲ ‘ଯୁଦ୍ଧ ଅପରାଧ’ ବନ୍ଦ ନ କରେ ତେବେ ଏହାର ଭୟଙ୍କର ପରିଣାମର ସମ୍ମୁଖୀନ ହେବାକୁ ପଡ଼ିବ। ଇରାନର ବୈଦେଶିକ ମନ୍ତ୍ରୀ କହିଛନ୍ତି ଆକ୍ରମଣ ବନ୍ଦ କରିବାରେ ଇସ୍ରାଏଲ ଅଧିକ ବିଳମ୍ବ କରିବା ଉଚିତ ନୁହେଁ।

ଗାଜା ବିରୋଧରେ ନିଜର ଯୁଦ୍ଧ ଅପରାଧ କୁ ତୁରନ୍ତ ବନ୍ଦ କରିବାକୁ ଇରାନ ଇସ୍ରାଏଲକୁ ଚେତାବନୀ ଦେଇଛି। ଯଦି ଏହା ନ ହୁଏ ତେବେ ଏକ ବଡ଼ ଧରଣର ବିପଦର ସାମ୍ନା କରିବାକୁ ପଡିପାରେ । ଇରାନର ବୈଦେଶିକ ମନ୍ତ୍ରୀ ଚେତାବନୀ ଦେଇଛନ୍ତି ଯଦି ହିଜବୁଲ ଯୁଦ୍ଧରେ ପ୍ରବେଶ କରିବ ତେବେ ଯୁଦ୍ଧ ମଧ୍ୟ ପୂର୍ବର ଅନ୍ୟ ଅଞ୍ଚଳକୁ ବ୍ୟାପିପାରେ।

ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମିରାବଡୋଲ୍ଲାହାନ ବେରୁଟରେ କହିଛନ୍ତି ଲେବାନନର ହିଜବୁଲ ଗୋଷ୍ଠୀ କ୍ରମାଗତ ଭାବରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଇସ୍ରାଏଲ ଗାଜା ଉପରେ ଆକ୍ରମଣକୁ ଯଥାଶୀଘ୍ର ବନ୍ଦ କରିବା ଉଚିତ। ମିଳିତ ଜାତିସଂଘ ଏବଂ ଅନ୍ତର୍ଜାତୀୟ ସମୁଦାୟରୁ ଇସ୍ରାଏଲକୁ ଅଟକାଇବାକୁ ଇରାନ ନିରନ୍ତର ଚେଷ୍ଟା କରୁଛି। ଇରାନ କହିଛି ଯଦି ଇସ୍ରାଏଲ ଯୁଦ୍ଧ ଅପରାଧ ବନ୍ଦ ନକରେ ତେବେ ପରିସ୍ଥିତି ଆହୁରି ଖରାପ ହୋଇପାରେ।

ଇରାନ କହିଛି ଏହି ବିପର୍ଯ୍ୟୟକୁ ରୋକିବା ଅନ୍ତର୍ଜାତୀୟ ସମ୍ପ୍ରଦାୟର ଦାୟିତ୍ୱ ଅଟେ। ଇରାନର ମନ୍ତ୍ରୀଙ୍କ କହିବାନୁସାରେ, ଏହାର ବହୁତ ବିପଜ୍ଜନକପରିଣାମ ହୋଇପାରେ। ଏହାର ଦାୟିତ୍ୱବେ ମିଳିତ ଜାତିସଂଘ, ସୁରକ୍ଷା ପରିଷଦ ଏବଂ ଅନ୍ୟଦେଶମାନଙ୍କ ଉପରେ ରହିଛି। ବୈଦେଶିକ ମନ୍ତ୍ରୀ ହୋସେନ ଆମୀର-ଅବଦୁଲ୍ଲାହାନ ଲେବାନନରେ ଖବରଦାତାଙ୍କ ସହ କଥାବାର୍ତ୍ତା କରି କହିଛନ୍ତି ସେ ଇସ୍ରାଏଲକୁ ବହୁ ପୂର୍ବରୁ ଯୁଦ୍ଧ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି।

ଇସ୍ରାଏଲ ହିଜବୁଲକୁ ସବୁଠାରୁ ବଡ ବିପଦ ବୋଲି ବିଚାର କରୁଛି। ହିଜବୁଲର ପ୍ରାୟ ୧୫୦,୦୦୦ ରକେଟ ଏବଂ କ୍ଷେପଣାସ୍ତ୍ର ଥିବା ଅନୁମାନ କରାଯାଉଛି। ଏହି କ୍ଷେପଣାସ୍ତ୍ରଗୁଡ଼ିକ ଲେଜର ଗାଇଡେଡ। ଇସ୍ରାଏଲର ଯେକୌଣସି ସ୍ଥାନକୁ ଟାର୍ଗେଟ କରିବା ପାଇଁ ସେମାନଙ୍କର ସାମର୍ଥ୍ୟ ଅଛି। ଏହି ଗୋଷ୍ଠୀ ସିରିଆରେ ୧୨ ବର୍ଷର ବିବାଦରେ ଭାଗ ନେଇଥିଲେ। ସେମାନଙ୍କ ପାଖରେ ଆଧୁନିକ ସାମରିକ ଡ୍ରୋନ ମଧ୍ୟ ଅଛି ।

Share