ବିବାହ ସମାରୋହରେ ଭୟଙ୍କର ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ୧୦୦ ମୃତ

ବାଗଦାଦ,୨୭।୯: ଉତ୍ତର ଇରାକର ନେବେହ ପ୍ରଦେଶର ଅଲ-ହମଦାନିଆ ଜିଲାରେ ମଙ୍ଗଳବାର ଏକ ବିବାହ ସମାରୋହରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୧୦୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫୦ ଜଣ ଆହତ ହୋଇଛନ୍ତି। ରାଜଧାନୀ ବାଗଦାଦର ଉତ୍ତର-ପଶ୍ଚିମରେ ପ୍ରାୟ ୩୩୫ କିଲୋମିଟର (୨୦୫ ମାଇଲ) ମୋସୁଲର ଅଳ୍ପ ଦୂରରେ ନେବେହ ପ୍ରଦେଶ ଅବସ୍ଥିତ। ଇରାକ ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁଯାୟୀ, ନିଆଁରେ ପୋଡ଼ି ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ବର ଏବଂ କନ୍ୟା ଥିବା ବୋଲି କୁହାଯାଉଛି। ତେବେ ଅଗ୍ନିକାଣ୍ଡର କାରଣ କ’ଣ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ ପ୍ରାଥମିକ ରିପୋର୍ଟରେ କୁହାଯାଇଛି ଯେ, ବାଣ ଯୋଗୁ ଅଗ୍ନିକାଣ୍ଡ ଘଟିଥିଲା।

Share