ଟେଲିଗ୍ରାମ୍‌ ଆପ୍‌ ବନ୍ଦ କଲା ଇରାକ୍‌

ବାଗ୍‌ଦାଦ୍‌,୬ା୮: ଇରାକ୍‌ ଏହାର ଟେଲିଗ୍ରାମ୍‌ ଆପ୍‌କୁ ବନ୍ଦ କରିଦେଇଛି। ‘ବ୍ୟକ୍ତିଗତ ତଥ୍ୟ ଉଲ୍ଲଂଘନ’ ଦର୍ଶାଇ ଇରାକ୍‌ ଏହି ଆପ୍‌କୁ ବନ୍ଦ କରିଥିବା ଇରାକ୍‌ର ଟେଲିକମ୍‌ ମନ୍ତ୍ରଣାଳୟ କହିଛି। ମନ୍ତ୍ରଣାଳୟ କହିଛି ଯେ, ଜାତୀୟ ସୁରକ୍ଷା ଚିନ୍ତାଧାରା ତଥା ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟର ଅଖଣ୍ଡତା ରକ୍ଷା କରିବା ପାଇଁ ଏହାର ଟେଲିଗ୍ରାମ ମେସେଜିଂ ଆପ୍‌କୁ ବନ୍ଦ କରିଦିଆଯାଇଛି। ମେସେଜିଂ ପାଇଁ ଏହି ଆପ୍‌ ଇରାକ୍‌ରେ ବହୁଳ ଭାବରେ ବ୍ୟବହୃତ ହୁଏ। ସମ୍ବାଦ ଉତ୍ସ ଏବଂ ବିଷୟବସ୍ତୁ ଶେୟାର କରିବା ପାଇଁ ମଧ୍ୟ ଏହି ଆପ୍‌ ବ୍ୟବହୃତ ହୋଇଥାଏ।

Share