Categories: ଖେଳ

ମଇଦାନରେ ହଠାତ ନାଚିଲେ କୋହଲି, ଭିଡିଓ ଭାଇରାଲ ପରେ…

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟର ବିରାଟ କୋହଲି ସର୍ବଦା ମଇଦାନରେ ପୁରା ଜୋସ୍‌ରେ ନଜର ଆସିଥାନ୍ତି। ବ୍ୟାଟିଂ ସମୟରେ ସେ ବୋଲରଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବା ସହ ଫିଲ୍ଡିଂ ବେଳେ ବିରୋଧୀ ଦଳର ବ୍ୟାଟ୍ସମ୍ୟାନଙ୍କୁ କମେଣ୍ଟ କରିବାକୁ ପଛାଇ ନ ଥାନ୍ତି। କେବଳ ଏତିକି ନୁହେଁ ବିରାଟ ମଇଦାନରେ ମଜାମସ୍ତି କରୁଥିବା ମଧ୍ୟ ନଜର ଆସିଥାଏ। ବୁଧବାର ଦିଲ୍ଲୀରେ ଖେଳାଯାଉଥିବା ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

ଆଫଗାନିସ୍ତାନ ଅଧିନାୟକ ହସମୁତୁଲ୍ଲା ଶାହିଦି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଦଳ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହେଲେ ଅଜମତୁଲ୍ଲା ଏବଂ ଶାହିଦି ଦଳକୁ ସମ୍ଭାଳିଥିଲେ। ଏହି ସମୟରେ କୋହଲି ମସ୍ତି କରୁଥିବା ନଜର ଆସିଛି।

ଗୋଟିଏ ପଟେ ଟିମ୍‌ ଇଣ୍ଡିଆ ବୋଲରମାନେ ଉଇକେଟ ନେବାକୁ ଚେଷ୍ଟା କରୁଥିବା ବେଳେ ଅପରପକ୍ଷେ କୋହଲି ମଇଦାନରେ ନୃତ୍ୟ କରୁଥିବା ଦେଖାଯାଇଛି। ଏହାର ଭିଡିଓ ଭାଇରାଲ ହେଉଛି। ଓଭର ପରେ ଦିଆଯାଉଥିବା ବ୍ରେକ୍‌ ସମୟରେ ବାଜୁଥିବା ଗୀତର ତାଳେତାଳେ କୋହଲି ନିଜର ନୃତ୍ୟଶୈଳୀରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ଦେଖାଯାଉଛି।
ଦେଖନ୍ତୁ ଭିଡିଓ:

Share