ଆଇଆର୍‌ବି ଯବାନଙ୍କ କାର୍‌ ଧକ୍କାରେ ଯୁବକଙ୍କ ଜୀବନ ଗଲା, ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ

ଦେବଗଡ଼,୯ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ବଲଣ୍ଡା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବଲଣ୍ଡା ଗ୍ରାମର ସିପୁନ ପାତ୍ର ପ୍ରାଣ ହରାଇଛନ୍ତି। ଏହାକୁ ନେଇ ବାରକୋଟ ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି। କ୍ଷତିପୂରଣ ଓ ଗିରଫ ଦାବିରେ ମୃତକଙ୍କ ପରିବାର ଏବଂ ସ୍ଥାନୀୟ ଲୋକେ ଥାନା ଘେରାଉ କରିଛନ୍ତି। ଆଇଆର୍‌ବି କନଷ୍ଟେବଳ ସୁଧୀର ବିଲୁଙ୍ଗ ଏକ କାର୍‌ ନେଇ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସିପୁନଙ୍କୁ ଧକ୍କା ଦେଇଥିଲେ। ଦୁର୍ଘଟଣା ପରେ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ରାସ୍ତାରେ ଘୋଷାଡ଼ି ନେଇ ଥିବାରୁ ତାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ସିପୁନଙ୍କୁୁ ଉଦ୍ଧାର କରି ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଖବର ମୁତାବକ ସିପୁନ ଅନ୍ୟ ଜଣେ ଯୁବକଙ୍କ ସହିତ ଶୌଚ ପାଇଁ ଯାଇଥିଲେ। ଯୁବକ ଜଣକ ଶୌଚ ପାଇଁ ରାସ୍ତା ତଳକୁ ଓହ୍ଲାଇଥିବା ବେଳେ ସିପୁନ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଦ୍ରୁତଗତିରେ ଆସୁଥିବା ଆଇଆର୍‌ବି କନଷ୍ଟେବଳ ତାଙ୍କୁ ଧକ୍କା ଦେଇ ପ୍ରାୟ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ପରେ ସିପୁନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କନଷ୍ଟେବଳ ଜଣକ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଆଇଆର୍‌ବି କନଷ୍ଟେବଳଙ୍କୁ ଗିରଫ କରିବାକୁ ମୃତକଙ୍କ ପରିବାର ଦାବି ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଟିକା: ଏପ୍ରିଲ ୨ରେ ପ୍ରବେଶ ଉତ୍ସବ

ଝରିଗାଁ,୨୧।୩(କିଶୋର ଚନ୍ଦ୍ର ମଣ୍ଡଳ): ଚଳିତ ଶିକ୍ଷାବର୍ଷରୁ ଲାଗୁ ହେବ ଶିଶୁ ବାଲ ବାଟିକା । ଏପ୍ରିଲ ୨ରେ ପ୍ରବେଶ ଉତ୍ସବ ଏବଂ ଖଡି ଛୁଆଁ ।...

ସାଙ୍ଗଙ୍କୁ ଠେଙ୍ଗାରେ ପିଟି ହତ୍ୟା କଲେ ସାଙ୍ଗ

ଖପ୍ରାଖୋଲ,୨୧।୩: ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଅଧୀନ ପୁଟୁଳାମହୁଲ ଗାଁରେ ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ସାଙ୍ଗଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଛନ୍ତି...

ଜଙ୍ଗଲ ବିନା ପ୍ରାଣୀ ଜଗତ ଅସମ୍ଭବ: ବର୍ତ୍ତମାନର ପିଢି ଆଗାମୀ ପିଢି କଥା ଚିନ୍ତା କରିବାକୁ ପଡିବ

ଭଞ୍ଜନଗର,୨୧୩(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ପକ୍ଷରୁ ଶୁକ୍ରବାର ଲାଲସିଂ ନର୍ସରୀ ପରିସରରେ ବନଖଣ୍ଡସ୍ତରୀୟ ବିଶ୍ବ ବନ ଦିବସ ପାଳିତ ହୋଇଯାଇଛି।...

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୫ ହଜାର ଆଶାୟୀ

ଛତ୍ରପୁର,୨୧ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ପୋଟର୍‌ସ ଷ୍ଟାଡିଅମରେ ଶୁକ୍ରବାର ଗଞ୍ଜାମ ଜିଲାସ୍ତରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ହଜାର ଆଶାୟୀ...

୩୦ ଲକ୍ଷ ଟଙ୍କା ହଡ଼ପ କରି ବନ୍ଧା ହେଲେ ସରପଞ୍ଚ

ପରଜଙ୍ଗ,୨୧ା୩(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କଙ୍କିଳି ପଞ୍ଚାୟତର ସରପଞ୍ଚ ମକର ଚାନ୍ଦ ସାହୁ ପଞ୍ଚାୟତର ସିଏଫ୍‌ସି ଫଣ୍ଡ୍‌ ଟଙ୍କା ହଡ଼ପ ଅଭିଯୋଗରେ ବାନ୍ଧିଛି...

୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ୨ ବିଶିଷ୍ଠ ବ୍ୟବସାୟୀ ଘରେ ଚାଲିଛି ଆୟକର ଚଢାଉ

ଗଜପତି,୨୧।୩(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରର ଦୁଇ ବିଶିଷ୍ଠ ବ୍ୟବସାୟୀ ଭାଇଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ଜାରି ରହିଛି। ପାରଳାଖେମୁଣ୍ଡିର ଦୁଇ...

ବେଆଇନ ହୁକା ବାର୍ ଉପରେ ଚଢାଉ; ତମାଖୁ, ଧୂମପାନ ସାମଗ୍ରୀ ଜବତ

ବ୍ରହ୍ମପୁର,୨୧ା୩: ସହରରେ ଚାଲିଥିବା ବେଆଇନ ହୁକା ବାର୍ ଉପରେ ଏକାଧିକ ଚଢାଉ କରି ହୁକା ପାତ୍ର, ତମାଖୁ ଉତ୍ପାଦ ଏବଂ ଅନ୍ୟାନ୍ୟ ଧୂମପାନ ସାମଗ୍ରୀ ଜବତ...

ମଦ ବ୍ୟବସାୟୀଙ୍କ ଘରେ ଜାରି ରହିଛି ଚଢ଼ାଉ: ମିଳୁଛି ପୁଳାପୁଳା ଟଙ୍କା

ଅନୁଗୋଳ,୨୧ା୩: ଅନୁଗୋଳର ମଦ ବ୍ୟବସାୟୀ ବିକ୍ରମ ସାହୁଙ୍କ ଘରେ ଆୟକର ବିଭାଗର ବଡ଼ ଧରଣର ରେଡ୍‌ ଜାରି ରହିଛି। ଶୁକ୍ରବାର ଦ୍ବିତୀୟ ଦିନରେ ଚଢ଼ାଉ ବେଳେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image