IRCTC Train Ticket Online Booking: ମାଗଣା ରେଳ ଭଡ଼ା ! ଟିକେଟ କନଫର୍ମ ନ ହେବା ଯାଏ ଫ୍ରିରେ ବୁକିଂ, IRCTCରେ ହେଉଛି ଏମିତି…

ନୂଆଦିଲ୍ଲୀ,୨୦।୨: ବର୍ତ୍ତମାନ ସମୟରେ ରେଳ ଯାତ୍ରା ପାଇଁ ଅନଲାଇନ ଟିକେଟର ଚାହିଦା ଅଧିକ ହେଲାଣି। ଲୋକେ ଘରେ ବସି ବିଭିନ୍ନ ଆପ୍‌ ମାଧ୍ୟମରେ ଅନଲାଇନ ଟିକେଟ୍‌ କରୁଛନ୍ତି। ଏହିସବୁ ଆପ୍‌ଗୁଡିକ ମଧ୍ୟରୁ ଅଧିକ ଲୋକ ଟିକେଟ କରନ୍ତି। ହେଲେ ଲୋକେ ଟିକେଟର କନଫର୍ମ ନେଇ ଦ୍ୱନ୍ଦ୍ବରେ ରୁହନ୍ତି। ଯଦି ଟିକେଟ ଓ୍ବେଟିଂରେ ରହିଯାଏ ଆଉ କନଫର୍ମ ହୁଏନି, ଏପରି ସ୍ଥିତିରେ କାହାର ଟଙ୍କା ବିଳମ୍ବରେ ଆସିଥାଏ ତ ଆଉ କାହାର କଟିକି ଆସିଥାଏ। ହେଲେ ଆମେ ଆପଣଙ୍କୁ ଏମିତି ଉପାୟ ବତାଇବୁ ଯେଉଁଥିରେ ଆପଣଙ୍କର ଟିକେଟ କନଫର୍ମ ନ ହେବା ଯାଏ ଟଙ୍କା ଦେବାକୁ ପଡ଼ିବନି। ଏବେ ଆସନ୍ତୁ ଜାଣିବା କେମିତି କରିବେ ଏପରି ଟିକେଟ।

ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେଶନ ଲିମିଟେଡ (ଆଇଆରସିଟିସି) ର ନିଜସ୍ବ ପେମେଣ୍ଟ ଗେଟୱେ ଆଇ-ପେ ଅଛି। ଏପରି ପରିସ୍ଥିତିରେ, ଯଦି ଆପଣ ଏହି ପେମେଣ୍ଟ ଗେଟୱେ ମାଧ୍ୟମରେ IRCTC ରେ ପେମେଣ୍ଟ କରନ୍ତି, ତେବେ ଆପଣ ‘ଅଟୋ ପେ’ ଫିଚର୍‌ ବ୍ୟବହାର କରିପାରିବେ। ଆପଣ କ୍ରେଡିଟ-ଡେବିଟ କାର୍ଡ ଏବଂ UPI ମାଧ୍ୟମରେ ମଧ୍ୟ ଅଟୋ-ପେ ଫିଚର ବ୍ୟବହାର କରିପାରିବେ।

ଆଇଆରସିଟିସି ୱେବସାଇଟ ଅନୁଯାୟୀ, ଯେତେବେଳେ ଟ୍ରେନ ଟିକେଟ ବୁକିଂବେଳେ PNR ନମ୍ବର ଜେନେରେଟର ହୋଇଥାଏ , ସେତେବେଳେ ଆକାଉଣ୍ଟରୁ ଟଙ୍କା କଟିଯାଇଥାଏ। କିନ୍ତୁ ଅଟୋ-ପେ ସୁବିଧା UPI ମାଧ୍ୟମରେ IPO ରେ ନିବେଶ କରିବା ପରି କାମ କରେ। ତାହା ହେଉଛି, ଯେପର୍ଯ୍ୟନ୍ତ IPO ରେ ଶେୟାର ବଣ୍ଟନ ନ ହୋଇଛି, ସେପର୍ଯ୍ୟନ୍ତ ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ ନାହିଁ। ତେଣୁ ଅଟୋ-ପେ ଫିଚରକୁ କିଛି ନିର୍ଦ୍ଦିିଷ୍ଟ ସର୍ତ୍ତରେ ବ୍ୟବହାର କରିପାରିବେ।

ଯେଉଁମାନେ ଏକାଧିକ ଟ୍ରେନ୍‌ ଇ-ଟିକେଟ ବୁକ୍‌ କରନ୍ତି ସେମାନେ ଏହାର ଲାଭ ଉଠାଇ ପାରିବେ। ଯେଉଁମାନେ ପ୍ରଥମ ଏସି କୋଚ୍‌ର ୪ କିମ୍ବା ୫ ଟିକେଟ ବୁକ କରନ୍ତି ସେମାନେ ଏହି ସୁବିଧା ପାଇପାରିବେ। ଆଇ-ପେ ଅଟୋ ପେ ରେ ଟିକେଟ ବୁକିଂ କରିବାବେଳେ, ଆପଣଙ୍କ ଆକାଉଣ୍ଟରୁ ଟଙ୍କା କଟିବ ନାହିଁ। ବୁକିଂ କନଫର୍ମ ହେବା ପରେ ଯାଏଁ ଆକାଉଣ୍ଟରୁ ଟଙ୍କା କଟିବ। ଅନ୍ୟ ପରିସ୍ଥିତିରେ ଯଦି ଟିକେଟ କ୍ୟାନସଲ ହୋଇଥାଏ ଆଉ ଟଙ୍କା କଟିଯାଇଥାଏ, ତେବେ ତୁରନ୍ତ ଟଙ୍କା ଫେରସ୍ତ ଆସିଯିବ। ଅଟୋ ପେ ସେହି ଲୋକମାନଙ୍କ ପାଇଁ ମଧ୍ୟ ଲାଭଦାୟକ, ଯେଉଁମାନେ ତତ୍‌ତ୍କାଳ ଓ୍ବେଟିଂ ତାଲିକାରେ ରହିଥା’ନ୍ତି। ଏହି ପରିସ୍ଥିତିରେ ସେମାନେ ଆଇଆରସିଟିସିରେ ଟିକେଟ ବୁକିଂ କଲେ ଫେରସ୍ତ ପାଇପାରିବେ।

Share