ଆଇଆର୍‌ସିଟିସିର ନେଟ୍‌ ଲାଭ ୩୩% ବୃଦ୍ଧି

ଭୁବନେଶ୍ୱର, ୧୪।୮(ଅନୁରାଧା ମହାରଣା): ଭାରତୀୟ ରେଳପଥର ଏକମାତ୍ର ଟିକେଟ କମ୍ପାନୀ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍‌ କର୍ପୋରେଶନ ଲିମିଟେଡ୍‌ (ଆଇଆର୍‌ସିଟିସି) ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷର ଜୁନ୍‌ ତ୍ରୈମାସିକ ଫଳାଫଳ ଘୋଷଣା କରିଛି। ଷ୍ଟକ୍‌ ମାର୍କେଟକୁ ଦିଆଯାଇଥିବା ସୂଚନାନୁସାରେ ଜୁନ୍‌ ତ୍ରୈମାସରେ କମ୍ପାନୀର ନେଟ୍‌ ଲାଭ ୩୨.୫୧% ବୃଦ୍ଧି ହୋଇ ୩୦୭.୭୧ କୋଟିରେ ପହଞ୍ଚିଛି। ଏକ ବର୍ଷ ପୂର୍ବେ ଅର୍ଥାତ୍‌ ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧିରେ କମ୍ପାନୀର ନେଟ୍‌ ଲାଭ ୨୩୨.୨୧ କୋଟି ଥିଲା। ଯଦି ତ୍ରୈମାସିକ ଭିତ୍ତିରେ ଦେଖାଯାଏ, ତେବେ ଜାନୁଆରୀ-ମାର୍ଚ୍ଚ ତ୍ରୈମାସରେ ଆଇଆର୍‌ସିଟିସିର ନେଟ୍‌ ଲାଭ ୨୮୪.୧୮ କୋଟି ଟଙ୍କା ଥିଲା।
ଆଇଆର୍‌ସିଟିସିର ଏପ୍ରିଲ-ଜୁନ୍‌ ତ୍ରୈମାସିକ ରାଜସ୍ବ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୧୧.୮% ବୃଦ୍ଧି ହୋଇ ୧,୧୨୦.୧୫ କୋଟିରେ ପହଞ୍ଚିଛ।୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୧୦୦୧.୭୮ କୋଟି ଟଙ୍କା ଥିଲା। ଗତ ତ୍ରୈମାସରେ ଆଇଆରସିଟିସିର ଆୟ ୧୧୫୪.୭୭ କୋଟି ଥିଲା। ଏହି ପରିପ୍ରେକ୍ଷୀରେ ତ୍ରୈମାସିକ ଭିତ୍ତିରେ କମ୍ପାନୀର ଆୟ ୩ ପ୍ରତିଶତ ହ୍ରାସ ପାଇଛି।
ଆଇଆର୍‌ସିଟିସିର କାର୍ଯ୍ୟକ୍ଷମ ଲାଭ ସମ୍ପର୍କରେ ମିଳିଥିବା ତଥ୍ୟାନୁସାରେ, ଏହାର ଏବିଆଇଟିଡିଏ ଜୁନ୍‌ ତ୍ରୈମାସରେ ୯.୩% ବୃଦ୍ଧି ହୋଇ ୩୭୫ କୋଟି ଟଙ୍କା ହୋଇଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଏହା ୩୪୩ କୋଟି ଟଙ୍କା ଥିଲା। ତେବେ କମ୍ପାନୀର ଏବିଆଇଟିଡିଏ ମାର୍ଜିନ ହ୍ରାସ ପାଇଛି। ଆଇଆର୍‌ସିଟିସି ଷ୍ଟକ୍‌ ଏକ୍ସଚେଞ୍ଜକୁ କହିଛି ଯେ, ଚଳିତ ଆର୍ଥିକ ବର୍ଷରେ ଏବିଆଇଟିଡିଏ ମାର୍ଜିନ ୩୩.୫%କୁ ହ୍ରାସ ପାଇଛି ଯାହାକି ଗତ ଆର୍ଥିକ ବର୍ଷରେ ୩୪.୨% ରହିଥିଲା।
ସୂଚନା ଥାଉକି, ଆଇଆର୍‌ସିଟିସି ଭାରତୀୟ ରେଳପଥରେ ଟିକେଟ, ଖାଦ୍ୟ ସାମଗ୍ରୀ ଏବଂ ପ୍ୟାକେଜ ଜଳର ବ୍ୟବସ୍ଥା କରିଥାଏ। ଆଇଆର୍‌ସିଟିସି ଗତ କିଛି ବର୍ଷ ଧରି ଏହାର ବ୍ୟବସାୟକୁ ବିସ୍ତାର କରିଆସୁଛି। ବିଳାସପୂର୍ଣ୍ଣ ଟ୍ରେନ୍‌ ଟୁର୍‌, ହୋଟେଲ ବୁକିଂ ଏବଂ ଛୁଟି ପ୍ୟାକେଜ ସହ କମ୍ପାନୀ ପର୍ଯ୍ୟଟନ ଏବଂ ଆତିଥ୍ୟ ବ୍ୟବସାୟ ଆରମ୍ଭ କରିଛି।
ବିଭାଗୀୟ ତଥ୍ୟ ଅନୁଯାୟୀ, ଆଇଆର୍‌ସିଟିସିର ଆର୍ଥିକ କାର୍ଯ୍ୟଦକ୍ଷତା ଅନୁସାରେ ପ୍ରଥମ ତ୍ରୈମାସରେ କ୍ୟାଟରିଂ ସେଗ୍‌ମେଣ୍ଟରୁ ଆୟ ପ୍ରାୟ ୧୭% ବୃଦ୍ଧି ହୋଇ ୫୫୮.୮୮ କୋଟିରେ ପହଞ୍ଚିଛି। ଗତ ବର୍ଷର ତ୍ରୈମାସରେ ଏହା ୪୭୭.୦୭ କୋଟି ଟଙ୍କା ଥିଲା। ସେହିଭଳି ଜୁନ୍‌ ତ୍ରୈମାସରେ ଆଇଆର୍‌ସିଟିସି ଟିକେଟ ରାଜସ୍ବ ୩୨୯.୦୭ କୋଟି ଟଙ୍କା ରହିଛି; ଯାହା ଗତ ବର୍ଷ ସମାନ ଅବଧିରେ ୨୯୦.୦୭ କୋଟି ଟଙ୍କା ଥିଲା। ଗତ ବର୍ଷର ତ୍ରୈମାସରେ ୧୪୨.୪୮ କୋଟିରୁ ହ୍ରାସ ପାଇ ପର୍ଯ୍ୟଟନ କ୍ଷେତ୍ରରୁ ଆୟ ୧୨୪.୮୭ କୋଟି ଟଙ୍କା ଥିଲା। ଆଇଆର୍‌ସିଟିସିର ପ୍ୟାକେଜ ପାଣି ରେଲନିର୍‌ ନାମରେ ଆସିଥାଏ। ଚଳିତ ଆର୍ଥିକ ବର୍ଷରେ ଏହାର ଆୟ ୧୧୧.୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିତ୍ବାବେଳେ ଗତ ବର୍ଷ ସମାନ ତ୍ରୈମାସରେ ରେଳପଥରୁ ଆୟ ୯୫.୯୩ କୋଟି ଟଙ୍କା ଥିଲା। କମ୍ପାନୀ କହିଛି, ଏହାର ମାର୍ଜିନର ଏକ ବଡ଼ ଅଂଶ ଅନ୍‌ଲାଇନ ଟିକେଟ ମାଧ୍ୟମରେ ଆସିଥାଏ। ଚଳିତ ଆର୍ଥିକ ବର୍ଷର ଜୁନ୍‌ ତ୍ରୈମାସରେ କମ୍ପାନୀର ମୋଟ ରାଜସ୍ବରେ ଇଣ୍ଟରନେଟ୍‌ ଟିକେଟ ବାବଦରେ ଆୟ ୨୮.୫ ପ୍ରତିଶତକୁ ହ୍ରାସ ପାଇଛି। ଗତ ବର୍ଷ ଏହା ୨୯ ପ୍ରତିଶତ ଥିଲା। ଏହି ୨୦୨୪ର ପ୍ରଭାବ ଅର୍ଥାତ୍‌ ବୁଧବାର ଷ୍ଟକ୍‌ ମାର୍କେଟରେ ଅଧିକ ଦେଖିବାକୁ ମିଳିପାରେ। ଆଇଆର୍‌ସିଟିସି ଶେୟାର ମୂଲ୍ୟ ଏନ୍‌ଏସ୍‌ଇରେ ୦.୧୮୯% ହ୍ରାସ ସହ ୯୧୮ ଟଙ୍କାରେ ବନ୍ଦ ହୋଇଛି। ଆନ୍ତଃ ବାଣିଜ୍ୟ ସମୟରେ ଏହା ୯୩୧.୪୫ର ଉଚ୍ଚରେ ଏବଂ ୯୧୧.୩୦ର ସର୍ବନିମ୍ନ ସ୍ତରରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୨୭ରେ ‘ଲେକ୍‌ ସାଇଡ୍‌ ଗ୍ଲାମର’

ଭୁବନେଶ୍ୱର,୨୧।୯: (ଅଭୟ ଦାଶ): ସ୍ବସ୍ତି ଗ୍ରୁପ୍‌ର ପ୍ରମୁଖ ହୋଟେଲ ସ୍ବସ୍ତି ଚିଲିକା ରେସର୍ଟ ପକ୍ଷରୁ ଏକ ଦିନିକିଆ ଫ୍ୟାଶନ ଶୋ ୨୦୨୪ ଅକ୍ଟୋବର ୨୭ ରେ...

ଯୋଗାଣ ଶୃଙ୍ଖଳାରେ କାର୍ଯ୍ୟଦକ୍ଷତାକୁ ବହୁଗୁଣିତ କରିବ

ନୂଆଦିଲ୍ଲୀ,୨୧।୯: ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ କୋଇଲା ପରିବହନକୁ ସୁଗମ କରିବା ଲାଗି ଭାରତ ସରକାର ସର୍‌ଡେଗା-ଭାଲୁମୁଣ୍ଡା ରେଳ ଲାଇନ ସଂଯୋଗୀକରଣ ପ୍ରକଳ୍ପକୁ ଅନୁମୋଦନ ଦେବା...

ପିଏନ୍‌ବି ପକ୍ଷରୁ ପିଏମ୍‌ ଇ-ବିଶ୍ୱକର୍ମା ପ୍ରୋଗ୍ରାମ

ଭୁବନେଶ୍ୱର,୨୧।୯: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ‘ପ୍ରଧାନମନ୍ତ୍ରୀ ବା ପିଏମ୍‌ ଇ-ବିଶ୍ୱକର୍ମା ଯୋଜନା’ ନିକଟରେ ଶୁଭାରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ପିଏନ୍‌ବି ଭୁବନେଶ୍ୱର...

ଟିପିସିଓଡିଏଲ୍‌ ଏପିଏସ୍‌ସିସିର ଶୁଭାରମ୍ଭ

ଭୁବନେଶ୍ୱର,୨୧।୯: ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ କଟକ ସହରାଞ୍ଚଳରେ ଏକ ୨୪ ଘଣ୍ଟିଆ ସ୍କାଡ଼ା ଏନାବଲ୍ଡ ସର୍କଲ ୟୁନିଟ୍‌ ପଏଣ୍ଟ ବା...

ୟୁବିଆଇର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର,୨୧।୯ (ଅଭୟ ଦାଶ): ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ନୂତନ ଶାଖା ‘ନିଶ୍ଚିନ୍ତକୋଇଲ ଶାଖା’ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରରେ ମାହାଙ୍ଗା ବିଧାୟକ...

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri