Categories: ଜାତୀୟ

ସଂସଦ ଭବନରେ ନିଆଁ

ନୂଆଦିଲ୍ଲୀ, ୧୭।୮: ଦିଲ୍ଲୀରେ ଥିବା ସଂସଦ ଭବନରେ ସୋମବାର ସକାଳ ୭ଟା ୩୦ରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ସଂସଦ ଭବନର ଆନେକ୍ସ୍‌ ବିଲ୍ଡିଂର ୬ ମହଲାରେ ଏଭଳି ଘଟିଛି। ଶର୍ଟ ସର୍କିଟ୍‌ ଯୋଗୁ ଏପରି ହୋଇଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଥିବା ଦିଲ୍ଲୀ ଦମକଳ ବାହିନୀ ନିର୍ଦ୍ଦେଶକ ଅତୁଲ ଗର୍ଗ କହିଛନ୍ତି। ନିଆଁ ଲିଭା କାର୍ଯ୍ୟରେ ୭ ଦମକଳ ବାହିନୀଙ୍କୁ ନିୟୋଜିତ କରାଯାଇଥିବା ସେ ପ୍ରକାଶ କରିଛନ୍ତି। କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳି ନ ଥିବା କୁହାଯାଉଛି। ସୂଚନାଯୋଗ୍ୟ, ମାର୍ଚ୍ଚ ୨୩ଠାରୁ ଲୋକ ସଭା ଏବଂ ରାଜ୍ୟ ସଭାର କାର୍ଯ୍ୟକୁ ସ୍ଥଗିତ ରଖାଯିବା ଘୋଷଣା ପରେ ସଂସଦ ଭବନ ବନ୍ଦ ରହିଛି।

Share