Categories: ଖେଳ

ଇତିହାସ ରଚିଲା ଆୟାରଲାଣ୍ଡ

କେପଟାଉନ୍‌,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଆୟାରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪୩ ରନ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ଆୟାରଲାଣ୍ଡ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏବେ ଆୟାରଲାଣ୍ଡର ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିବାର ସୁଯୋଗ ମଧ୍ୟ ଅଛ। ବର୍ଷାର କାରଣରୁ ସିରିଜର ପ୍ରଥମ ମ୍ୟାଚ ଧୋଇ ହୋଇଯାଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଅଧିନାୟକ ଆଣ୍ଡିଙ୍କ ଶତକ ଆଧାରରେ ଧାର୍ଯ୍ୟ ଓଭରରେ ୫ ଉଇକେଟ ହରାଇ ଆୟାରଲାଣ୍ଡ ୨୯୦ ରନ ସଂଗ୍ରହ କରିଥିଲା।
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୪୭ ରନରେ ଆଉଟ ହୋଇଥିଲେ। ଆଣ୍ଡିଙ୍କ ବ୍ୟତୀତ ହ୍ୟାରି ଟେକ୍ଟର ୭୯ ରନର ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ଆଣ୍ଡାଇଲ ଫେକୁଲୱାୟୋ ୨ଟି ଉଇକେଟ ନେଇଥିଲେ। ଏଥି ସହିତ ମିଠା ମିଲାନ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ।

Share