Categories: ଖେଳ

ଦୁଇ ମ୍ୟାଚ୍‌ର ଟିକେଟ ଶେଷ

ଡବ୍‌ଲିନ୍‌,୧୭ା୮: ଆୟର୍ଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ଦୁଇଟି ମ୍ୟାଚ୍‌ର ଟିକେଟ ବିକ୍ରି ଶେଷ ହୋଇଯାଇଛି। ଡବଲିନ୍‌ର ଦ ଭିଲେଜ୍‌ସ୍ଥିତ ମାଲହିଡେ କ୍ରିକେଟ ଗ୍ରାଉଣ୍ଡରେ ଭାରତ-ଆୟର୍ଲାଣ୍ଡ ମ୍ୟାଚ୍‌ ଖେଳାଯିବ। ପ୍ରଥମ ଦୁଇ ମ୍ୟାଚର ଟିକେଟ ବିକ୍ରି ଶେଷ ହୋଇଥିବା ବେଳେ କ୍ରିକେଟ ଆୟର୍ଲାଣ୍ଡ ପକ୍ଷରୁ ଓ୍ବେବ୍‌ ସାଇଟରେ ଉଲ୍ଲେଖ କରାଯାଇଛି। ୧୧୫୦୦ ଦର୍ଶକ କ୍ଷମତା ବିଶିଷ୍ଟ ଏହି ଷ୍ଟାଡିୟମରେ ଭାରତ ୨୦୧୮ ଓ ୨୦୨୨ରେ ମ୍ୟାଚ୍‌ ଖେଳିଛି।

ସିରିଜ୍‌ରେ ଜସପ୍ରୀତ ବୁମ୍ରା ଭାରତୀୟ ଦଳର ନେତୃତ୍ୱ ନେବେ। ଅଗଷ୍ଟ ୧୮ରୁ ୨୩ ପର୍ଯ୍ୟନ୍ତ ଡବଲିନ୍‌ର ଦ ଭିଲେଜ୍‌ସ୍ଥିତ ମାଲହିଡେ କ୍ରିକେଟ ଗ୍ରାଉଣ୍ଡରେ ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ।

Share