Categories: ଖେଳ

ଟସ୍‌ ଜିତିଲା ଆୟାର୍ଲାଣ୍ଡ

ଡବଲିନ୍‌,୨୦।୮: ଭାରତ ଏବଂ ଆୟର୍ଲାଣ୍ଡ ମଧ୍ୟରେ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ ଡବଲିନ୍‌ରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଆୟାର୍ଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଭାରତୀୟ ଅଧିନାୟକ ଜସପ୍ରୀତ ବୁମ୍‌ରା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ଚାହୁଁଥିଲେ ବୋଲି ଟସ୍‌ ପରେ କହିଛନ୍ତି। ଭାରତୀୟ ଦଳ ଏହି ମ୍ୟାଚରେ କୌଣସି ପରିବର୍ତ୍ତନ ନ କରି ପଡ଼ିଆକୁ ଓହ୍ଲାଇଛି।
ଭାରତ ପ୍ରଥମ ମ୍ୟାଚକୁ ୨ ରନରେ ଜିତିଥିଲା। ତେଣୁ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ସେ ୧-୦ରେ ଆଗୁଆ ରହିଛନ୍ତି। କିନ୍ତୁ ଦ୍ୱିତୀୟ ମ୍ୟାଚ୍‌ ବିଜୟ ସହଜ ହେବ ନାହିଁ। ଆୟର୍ଲାଣ୍ଡର ଖେଳାଳିମାନେ କଡ଼ା ମୁକାବିଲା କରିପାରିବେ। ବର୍ଷା ଯୋଗୁ ପ୍ରଥମ ମ୍ୟାଚ ପ୍ରଭାବିତ ହୋଇଥିଲା। ଏବେ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

Share