କ୍ରିକେଟ୍‌ ପରେ ଅଭିନୟରେ ଜଲଓ୍ବା ଦେଖାଇବେ ଏହି ପ୍ରସିଦ୍ଧ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡ ଇର୍‌ଫାନ୍‌ ପଠାନ କ୍ରିକେଟ୍‌ ପରେ ଏବେ ବଲିଉଡ୍‌ ମୁହାଁ ହୋଇଛନ୍ତି। ଖୁବ୍‌ଶୀଘ୍ର ତାଙ୍କ ଅଭିନୀତ ତାମିଲ ଫିଲ୍ମ ‘କୋବ୍‌ରା’ରେ ସେ ନଜର ଆସିବେ। ଏହି ଫିଲ୍ମର ଟିଜର ରିଲିଜ୍‌ ହୋଇସାରିଛି। ଏବେ ଟିଜର୍‌ ଭାଇରାଲ୍‌ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଲୋକେ ଇର୍‌ଫାନ୍‌ଙ୍କ ଅଭିନୟକୁ ବେଶ୍‌ ପସନ୍ଦ ମଧ୍ୟ କରିଛନ୍ତି। ଏହି ଫିଲ୍ମରେ ତାମିଲ ସୁପରଷ୍ଟାର ଚିୟାନ୍‌ ବିକ୍ରମଙ୍କ ସହ ଇର୍‌ଫାନ୍‌ ଲିଡ୍‌ ରୋଲ୍‌ରେ ନଜର ଆସିବେ। ‘କୋବ୍‌ରା’ରେ ଇର୍‌ଫାନ୍‌ ତୁର୍କିର ଏକ ଇଣ୍ଟରପୋଲ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି। ଇର୍‌ଫାନ୍‌, ବିକ୍ରଙ୍କ ବ୍ୟତିତ ଏହି ଫିଳ୍ମରେ ମୃଣାଲିନି ରବି, ମିୟା ଜର୍ଜ ପ୍ରମୁଖ ଅଭିନୟ କରୁଛନ୍ତି। ଗତବର୍ଷ ଇର୍‌ଫାନ୍‌ କ୍ରିକେଟର୍‌ରୁ ଅବସର ଘୋଷଣା କରିଥିଲେ।

Share