Categories: ଜାତୀୟ

ଶାଶୁଘରେ ଟଏଲେଟ୍‌ ନ ଥିବାରୁ ଜୀବନ ହାରିଲେ ମହିଳା

ଚେନ୍ନାଇ,୧୧।୫: ଶାଶୁଘରେ ଟଏଲେଟ୍‌ ନ ଥିବାରୁ ଜଣେ ୨୭ ବର୍ଷୀୟା ମହିଳା ଆତ୍ମହତ୍ୟା କରିଥିବା ଜଣାପଡିଛି। ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୁଡ୍ଡାଲୋର ଜିଲା ଅଞ୍ଚଳରେ। ମୃତ ମହିଳା ଜଣକ ହେଲେ ଆରିସିପେରିୟାଙ୍କୁପ୍ପାମ ଗ୍ରାମରେ ରାମ୍ୟା ବୋଲି ଜଣାପଡିଛି।

ରାମ୍ୟା ଏକ ଘରୋଇ ହସ୍ପିଟାଲରେ ଚାକିରି କରୁଥିଲେ। ସେ ଗତ ଏପ୍ରିଲ ୬ ତାରିଖରେ କାର୍ତ୍ତିକେୟନ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ। ହେଲେ ଶାଶୁଘରେ ଟଏଲେଟ୍‌ ନ ଥିବାରୁ ବାହାଘରେ ପରେ ରମ୍ୟା ମା’ଙ୍କ ସହ ରହୁଥିଲେ।

ହେଲେ ଟଏଲେଟକୁ ନେଇ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିବା ରାମ୍ୟାଙ୍କ ମା’ କହିଛନ୍ତି। ହେଲେ ସୋମବାର ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ସେତିକିବେଳେ ରାମ୍ୟା କୁଡ୍ଡାଲୋରରେ ଏକ ଭଡ଼ାଘର ଖୋଜିବା ପାଇଁ ସ୍ବାମୀଙ୍କୁ କହିଥିଲେ। ଏହି ଘଟଣାର କିଛି ସମୟ ପରେ ରାମ୍ୟାଙ୍କ ମୃତଦେହ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ସ୍ଥାନୀୟ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି। ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Share