Categories: ଜାତୀୟ

ଯୌନହିଂସା ଥମିବା ପାଇଁ ସମାଧାନ ବତାଇଲେ ଇରୋମ ଶର୍ମିଲା

ଇମ୍ଫାଲ,୨୩।୭: ମଣିପୁର ଲଜ୍ଜାକୁ ନେଇ ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି। ତେବେ ହିଂସା ରୋକିବା ପାଇଁ ଆଇରନ୍‌ ଲେଡି ଓ ପରିବେଶକର୍ମୀ ଇରୋମ ଶର୍ମିଲା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ କରିଛନ୍ତି। ସେ କହିଛନ୍ତ, ପ୍ରଧାନମନ୍ତ୍ରୀ ରାଜ୍ୟର ସବୁ ବିଧାୟକମାନଙ୍କ ସହ କଥା ହୁଅନ୍ତୁ ଏବଂ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଗମ୍ଭୀର ନଜର ରଖନ୍ତୁ। ଶାନ୍ତି ଫେରାଇ ଆଣିବା ପାଇଁ ସେ ରାଜ୍ୟୀ ପ୍ରତିନିଧୀଙ୍କୁ ମଧ୍ୟ ନିବେଦନ କରିଛନ୍ତି।

ଏଥିସହ ମଣିପୁରର ପରିସ୍ଥିତିକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ବୋଲି ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ରାଜ୍ୟର ହିଂସା ଥମିବାକୁ ନେଇ ହସ୍ତକ୍ଷେପ ଜରୁରୀ ବୋଲି ସେ କହିଛନ୍ତି।

Share