ଯୁବକଙ୍କ ପେଟରୁ ବାହାରିଲା ଏମିତି କିଛି, ଡାକ୍ତର ଦେଖି ହେଲେ ଆଶ୍ଚର୍ଯ୍ୟ

ଉତ୍ତର ପ୍ରଦେଶ ଉନ୍ନାଓ ଜିଲାର ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ର କୁସୁମ ନାମକ ଜଣେ ଯୁବକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯାଇଥିଲେ। ଡାକ୍ତର ତାଙ୍କର ପରୀକ୍ଷା କରିବା ପରେ ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ତାଙ୍କ ପେଟରେ ଅନେକଗୁଡିଏ ଲୁହା କଣ୍ଟା ଥିବା ଡାକ୍ତର ଦେଖିବାକୁ ପାଇଲେ। ଏହା ପରେ ଡାକ୍ତର ତୁରନ୍ତ ତାଙ୍କର ଅପରେସନ୍‌ କରିଥିଲେ। ୩ ଘଣ୍ଟାର ପରିଶ୍ରମ ପରେ ଡାକ୍ତରମାନେ ତାଙ୍କ ପେଟରୁ ୩୦ଟି ପିରଗ କଣ୍ଟା, ୧ ସ୍କୁ୍ର ଡ୍ରାଇଭର ଏବଂ ଏକ ବଡ଼ ଲୁହା ଖଣ୍ଡ ବାହାର କରିଥିଲେ। ଏସବୁର ଓଜର ପ୍ରାୟ ୩୦ ଗ୍ରାମ ହେବ । ଅପରେଶନ ପରେ କୁସୁମ ସୁରକ୍ଷୀତ ଥିବା ଜଣାପଡ଼ିଛି ।
ଏ ନେଇ କରଣଙ୍କ ମା’ କୁହନ୍ତି ପ୍ରାୟ ୨ ମାସ ହେବ ପୁଅର ପେଟରେ ଯନ୍ତ୍ରଣା ହେଉଥିଲା। ତାକୁ ଅନେକ ଡାକ୍ତରଙ୍କୁ ଦେଖାଇଥିଲେ, କିନ୍ତୁ କିଛି ଲାଭ ହେଲା ନାହିଁ ବୋଲି ସେ କହିଛନ୍ତି।

Share