Posted inଖେଳ

‘ଆଇରନମ୍ୟାନ୍‌ଙ୍କ ସାହସ ଯୁବ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା’

ଭୁବନେଶ୍ୱର, ୨୨।୮(ତପନ ସ୍ବାଇଁ):କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ସୋମବାର ଓଡ଼ିଶାର ୩ ଆଇରନମ୍ୟାନ୍‌ଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଃସାହସିକ ପ୍ରଦର୍ଶନ କରି ଟ୍ରାଇଥଲନ ଚ୍ୟାଲେଞ୍ଜ୍‌ର ସମ୍ମୁଖୀନ ହୋଇଥିବା ଏହି ୩ କ୍ରୀଡ଼ାବିତ୍‌ ହେଲେ ସୌଭାଗ୍ୟ ରଥ, ରଞ୍ଜନ କୁମାର ସାହୁ ଓ ବିଜୟ କୁମାର ଦାସ। ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ, ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଓ ବିଜୟ କୁମାର ନାୟକ ଏବଂ କୋଚ୍‌ ଗୋପାଳକୃଷ୍ଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୌଭାଗ୍ୟ ୨୦୧୯ ଓ ୨୦୨୨ରେ ହାମବର୍ଗ ଓ କାଜାଖସ୍ତାନରେ ୨ ଥର ଏହି ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ନିକଟରେ ସେ ମାଉଣ୍ଟ ଏଲବ୍ରୁଶ୍‌କୁ ସଫଳତାର ସହ ଆରୋହଣ କରିଛନ୍ତି। ବିଜୟ କୁମାର ଦାସ ୨୦୨୨ରେ କାଜାଖସ୍ତାନରେ ଏବଂ ରଞ୍ଜନ କୁମାର ସାହୁ ୨୦୨୩ରେ କାଜାଖସ୍ତାନରେ ଏହି ଟାଇଟଲ ହାସଲ କରିଥିଲେ। ସମ୍ବର୍ଦ୍ଧିତ ୩ କ୍ରୀଡ଼ାବିତ୍‌ଙ୍କୁ ତୁଷାରକାନ୍ତି ଭୂୟସୀ ପ୍ରଶଂସା କରିଥିଲେ। କ୍ରୀଡ଼ା ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁ ସେମାନେ ଏପରି ଚ୍ୟାଲେଞ୍ଜର ସମ୍ମୁଖୀନ ହେବାପାଇଁ ମାନସିକସ୍ତରରେ ପ୍ରସ୍ତୁତ ହୋଇପାରିଛନ୍ତି। ଶୃଙ୍ଖଳା, ସାହସ, କଠିନ ପରିଶ୍ରମ ଏବଂ କେବେ ମନୋବଳ ନ ହରାଇବାର ମନୋବୃତ୍ତି ରାଜ୍ୟର ପ୍ରତିଭାସମ୍ପନ୍ନ କ୍ରୀଡ଼ାବିତ୍‌ଙ୍କ ପାଇଁ ପ୍ରେରଣା ହୋଇଛି। ରାଜ୍ୟ ସରକାର କ୍ରୀଡ଼ାର ବିକାଶକୁ ଗୁରୁତ୍ୱ ଦେଉଛନ୍ତି ଏବଂ ବିଭିନ୍ନ କ୍ରୀଡ଼ାରେ ଉତ୍କର୍ଷତା ଲାଭ କରୁଥିବା ଖେଳାଳିଙ୍କୁ ଉତ୍ସାହିତ କରୁଛନ୍ତି ବୋଲି କ୍ରୀଡ଼ାମନ୍ତ୍ରୀ ପ୍ରକାଶ କରିଛନ୍ତି।
ଓଡ଼ିଶାର ୩ ଆଇରନମ୍ୟାନ୍‌ ଟାଇଟଲଧାରୀ ରାଜ୍ୟ ସରକାର ଏବଂ କ୍ରୀଡ଼ାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାବ୍ୟତୀତ ଯାତ୍ରା ସମୟରେ ପୂର୍ଣ୍ଣ ସହଯୋଗ କରିବା ସହ ଉତ୍ସାହିତ କରିଥିବାରୁ କୋଚ୍‌ ଗୋପାଳକୃଷ୍ଣ ସାହୁଙ୍କୁ ମଧ୍ୟ ସେମାନେ ଧନ୍ୟବାଦ ଜଣାଇଛନ୍ତି। ସେମାନଙ୍କ ସଫଳତା ଅନ୍ୟମାନଙ୍କୁ ଆଇରନମ୍ୟାନ୍‌ ଟ୍ରାଇଥଲନ କରିବାକୁ ଉତ୍ସାହିତ କରିବ ବୋଲି ସେମାନେ ଆଶାପ୍ରକାଶ କରିଛନ୍ତି। ”ଭବିଷ୍ୟତରେ ଆମେ ରାଜ୍ୟର ବିଭିନ୍ନ ସ୍କୁଲକୁ ଯାଇ ପିଲାମାନଙ୍କୁ ଫିଟ୍‌ନେସ ସମ୍ପର୍କରେ ଟିପ୍ସ ଦେବୁ। ସମାଜର ପ୍ରତ୍ୟେକ ବର୍ଗକୁ ଫିଟ୍‌ନେସ ସମ୍ପର୍କରେ ସଚେତନ କରାଇବା ଆମର ଲକ୍ଷ୍ୟ ରହିଛି“ ବୋଲି ସୌଭାଗ୍ୟ ପ୍ରକାଶ କରିଛନ୍ତି।

ଆଇରନମ୍ୟାନ୍‌ ଟ୍ରାଇଥଲନ କ’ଣ

ଆଇରନମ୍ୟାନ୍‌ ଟ୍ରାଇଥଲନ ଓ୍ବାଲର୍‌ଡ ଟ୍ରାଇଥଲନ କର୍ପୋରେଶନ (ଡବ୍ଲ୍ୟୁଟିସି) ଦ୍ୱାରା ଆୟୋଜନ କରାଯାଇଥାଏ। ଏଥିରେ କଠିନ ସହନଶକ୍ତିର ପରୀକ୍ଷା ହୋଇଥାଏ। ଏଥିରେ ୨.୪ ମାଇଲ (୩.୮୬ କି.ମି.) ସନ୍ତରଣ, ୧୧୨ ମାଇଲ (୧୮୦.୨୫ କି.ମି. ସାଇକ୍ଲିଂ) ଏବଂ ୨୬.୨ ମାଇଲ (୪୨.୨୦ କି.ମି.) ମାରାଥନ ରନ୍‌ କରିବାକୁ ପଡ଼ିଥାଏ। ଏଥିପାଇଁ ନିର୍ଦ୍ଦିଷ୍ଟ ଟାଇମ୍‌ଫ୍ରେମ୍‌ ଥାଏ। ସମୟ ମଧ୍ୟରେ ସନ୍ତରଣ, ସାଇକ୍ଲିଂ ଓ ମାରାଥନ ରନ ଶେଷ କରିବା ବ୍ୟକ୍ତି ଆଇରନମ୍ୟାନ୍‌ ଟାଇଟଲ ହାସଲ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବାଂଲାଦେଶକୁ ହରାଇ ଇତିହାସ ରଚିଲା ଭାରତ, ୯୨ ବର୍ଷରେ ପ୍ରଥମ ଥର ପାଇଁ ହେଲା ଏମିତି

ନୂଆଦିଲ୍ଲୀ,୨୨।୯: ଭାରତ ବଡ଼ ବିଜୟ ହାସଲ କରିଛି। ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ବାଂଲାଦେଶକୁ ୨୮୦ ରନରେ ପରାସ୍ତ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱ...

କଳିକେଶ ଜାତୀୟ ରାଇଫଲ ଆସୋସିଏଶନ ସଭାପତି ଭାବେ ନିର୍ବାଚିତ

ନୂଆଦିଲ୍ଲୀ,୨୧ା୯: କଳିକେଶ ନାରାୟଣ ସିଂଦେଓ ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆରଏଆଇ)ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସ୍ଥାନୀୟ କନଷ୍ଟିଚ୍ୟୁଶନ କ୍ଲବ ଅଫ୍‌ ଇଣ୍ଡିଆଠାରେ...

ଗିଲ୍‌ଙ୍କ ଚମତ୍କାର ଶତକ: ବାଂଲାଦେଶକୁ ବିଶାଳ ଟାର୍ଗେଟ୍‌

ଚେନ୍ନାଇ,୨୧।୯: ବାଂଲାଦେଶ ବିପକ୍ଷରେ ୨୮୭/୪ ସ୍କୋରରେ ଭାରତ ଦ୍ୱିତୀୟ ଇନିଂସ ଘୋଷଣା କରିଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୩୭୬ ରନ ସଂଗ୍ରହ କରିଥିଲା। ଏଥି...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

୬୩୭ ଦିନ ପରେ ଟେଷ୍ଟରେ କମାଲ୍‌ କଲେ ପନ୍ତ

ଚେନ୍ନାଇ,୨୧।୯: ଟିମ ଇଣ୍ଡିଆର ତାରକା ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ଟେଷ୍ଟ କ୍ରିକେଟ ପ୍ରତ୍ୟାବର୍ତ୍ତନ ଦୃଢ ଼ ପ୍ରମାଣିତ ହେଉଛି। ଦେଢ ବର୍ଷରୁ ଅଧିକ ସମୟ...

ପାଟିରେ କଳାଫିତା କାମୁଡି ବ୍ୟାଟିଂ କଲେ ବାଂଲାଦେଶ ବ୍ୟାଟ୍ସମ୍ୟାନ୍‌: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୨୧।୯: ଚେନ୍ନାଇ ଟେଷ୍ଟର ଦ୍ୱିତୀୟ ଦିନରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ପାଟିରେ ଏକ କଳାଫିତା କାମୁଡି ବ୍ୟାଟିଂ କରିବାକୁ ବାହାରିଥିଲେ। ଶାକିବଙ୍କ ଭିଡିଓ...

୫୧ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ଯଶସ୍ବୀ ଜୟସ୍ବାଲ: ଗାଭାସ୍କରଙ୍କୁ ପଛରେ ପକାଇଲେ

ଚେନ୍ନାଇ,୨୧।୯: ଚେନ୍ନାଇରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ଦୁଇ ଦିନ ମଧ୍ୟରେ ଦୁଇଟି ଇନିଂସ ଶେଷ ହୋଇଛି।...

ଦକ୍ଷିଣ ଆଫ୍ରିକାକୁ ଧୂଳିଚଟାଇ ଇତିହାସ ରଚିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ,୨୧।୯: ଆଫଗାନିସ୍ତାନ ଇତିହାସ ସୃଷ୍ଟି କରିଛି। ଦିନିକିଆ ସିରିଜରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛନ୍ତି। ଆଫଗାନିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri