ବିଜୁ ସ୍ବାସ୍ଥ୍ୟକାର୍ଡରେ ଅନିୟମିତତା: ହସ୍ପିଟାଲରେ ଚଢ଼ାଉ

ଢେଙ୍କାନାଳ ଅଫିସ,୧୦ା୩: ଢେଙ୍କାନାଳ ସହରର କିଛି ଘରୋଇ ହସ୍ପିଟାଲରେ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଚଢ଼ାଉ ହୋଇଛି। ବିଜୁ ସ୍ବାସ୍ଥ୍ୟକାର୍ଡ ଅନିୟମିତତା ନେଇ ଏହି ଚଢ଼ାଉ କରାଯାଇଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ କିଛି ବେସରକାରୀ ହସ୍ପିଟାଲ ଅନିୟମିତତା କରୁଥିବା ଅଭିଯୋଗ ହୋଇଥିଲା। ୩ ଦିନ ତଳେ ବିଜୁ ସ୍ବାସ୍ଥ୍ୟକାର୍ଡକୁ ନେଇ ହେର୍‌ଫେର୍‌ ଘଟଣାରେ ଏକ ନର୍ସିଂହୋମକୁ ସିଲ୍‌ ମଧ୍ୟ କରିଥିଲା। ଜିଲା ପ୍ରଶାସନ ଜିଲାରେ ମୋଟ୍‌ ୨୦ଟି ହସ୍ପିଟାଲ ବିଜୁ ସ୍ବାସ୍ଥ୍ୟକାର୍ଡ ପାଇଁ ଅନୁମୋଦିତ ହୋଇଛି। ବିଭିନ୍ନ ସମୟରେ ରୋଗୀଙ୍କଠାରୁ ଧାର୍ଯ୍ୟ ଚିକିତ୍ସା ଖର୍ଚ୍ଚଠାରୁ ଅଧିକ ଅର୍ଥ ବିଲ୍‌ କରି ନେଉଥିଲେ ଘରୋଇ ଚିକିତ୍ସାଳୟ। ଏ ସମ୍ପର୍କରେ ଜିଲାପାଳଙ୍କଠାରେ ଅଭିଯୋଗ ହୋଇଥିଲା।

Share