କେନାଲ କାମରେ ଅନିୟମିତତା

ହାଟଡିହୀ,୭ା୧(ଡିି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନ ବିଭିନ୍ନ କାର୍ଯ୍ୟରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏଷ୍ଟିମେଟ ଅନୁସାରେ କାର୍ଯ୍ୟ ନ ହୋଇ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ମିଥ୍ୟା ବିଲ୍‌ କରାଯାଇଥିବା ଆନନ୍ଦପୁର ସିଭିଲ ସୋସାଇଟି ପକ୍ଷରୁୁ ଭିଜିଲାନ୍ସ ଏବଂ ଜିଲାପାଳଙ୍କ ନିକଟରେ ଅଭିଯୋଗ କରାଯାଇଛି। ଏହାର ନିରପେକ୍ଷ ତଦନ୍ତ ନ ହେଲେ ଅନ୍ଦୋଳନ ହେବ ବୋଲି ସିଭିଲ୍‌ ସୋସାଇଟି ସମ୍ପାଦକ ଭଗବାନ ମଲିକ ଚେତାବନୀ ଦେଇଛନ୍ତି l
ଅଭିଯୋଗ ଅନୁସାରେ ବିଦ୍ୟାଧରପୁର କେନାଲ ଡିଭିଜନ ଅଧୀନରେ ୨୦୧୯-୨୦୨୦ ଆର୍ଥିକ ବର୍ଷରେ ୨ କୋଟି ୫୨ ଲକ୍ଷ ବ୍ୟୟ ଅଟକଳରେ ଏକ ଟେଣ୍ଡର ହୋଇଥିଲା। ଏହି ଅନୁଦାନ ସଇ, ନହଙ୍ଗ, ଧୋବାଗ କେନାଲ କାର୍ଯ୍ୟ ପାଇଁ ବ୍ୟୟ ବରାଦ ହୋଇଥିଲା। ଠିକାଦାର ଗଗନ ବିହାରୀ ବେହେରା ଉକ୍ତ କାର୍ଯ୍ୟ କରୁଥିଲେ। ପୂର୍ବରୁ ଥିବା ଯନ୍ତ୍ରୀ ପ୍ରଦୀପ୍ତ ମହାପାତ୍ରଙ୍କ ସମୟରେ ପ୍ରାୟ ୨ କୋଟି ଟଙ୍କା ବିଲ୍‌ ହୋଇଥିଲା। ଏବେ ଯନ୍ତ୍ରୀ ମହାପାତ୍ର ଏହି କେନାଲ ଡିଭିଜନ ଅଧୀନ ଅନ୍ୟ ଶାଖାରେ କାର୍ଯ୍ୟ କରୁଛନ୍ତି। ଠିକ୍‌ ଭାବେ କାମ ହୋଇ ନ ଥିବା ବେଳେ ବିଲ୍‌ ପାସ୍‌ ହୋଇଛି। ଏଷ୍ଟିମେଟ ଅନୁସାରେ କାମ ହୋଇ ନ ଥିବା ବେଳେ କାର୍ଯ୍ୟରେ ଲୁହା ରଡ୍‌ ବ୍ୟବହାର ହୋଇନି। କେବଳ ବାଲି,ଚିପ୍ସ,ସିମେଣ୍ଟରେ କାମ କରି ମିଥ୍ୟା ବିଲ କରାଯାଇ ସରକାରୀ ଅନୁଦାନକୁ ସିଧା ସଳଖ ହଡ଼ପ କରାଯାଇଛି। ଏହି ଘଟଣାରେ ନିରପେକ୍ଷ ତଦନ୍ତ କରା ନ ଗଲେ ଆନନ୍ଦପୁର ଉପଜିଲାପାଳଙ୍କ ଅଫିସ ସମ୍ମୁଖରେ ଅନଶନ ହେବ ବୋଲି ସିଭିଲ ସୋସାଇଟି ସମ୍ପାଦକ ମଲିକ କହିଛନ୍ତି। ଏ ସଂକ୍ରାନ୍ତରେ ପୂର୍ବତନ ଯନ୍ତ୍ରୀଙ୍କ ଫୋନ (ନଂ. ୭୦୦୮୫୯୮୨୭୩)କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ। ଫଳରେ ତାଙ୍କ ପ୍ରତିକ୍ରିୟା ମିଳିପାରିନି। ଠିକାଦାର ଗଗନ ବିହାରୀ ବେହେରା କାର୍ଯ୍ୟ ଠିକ୍‌ ଭାବେ ହୋଇଛି ବୋଲି କହିଛନ୍ତି। ଅଧୀକ୍ଷଣ ଯନ୍ତ୍ରୀ ରସାଲ ଜଜ୍‌ ଘଟଣାର ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

ବେସାହାରା ଲଳିତାଙ୍କୁ ସାହାରା ଦେବାକୁ ଦାବି, ପାଠ ସହିତ ବଞ୍ଚିବାର ସହାୟତା ଆଶାରେ ଲଳିତା

କେନ୍ଦୁଝର,୧୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ) : କଥାରେ ଅଛି ଦୁଃଖ ଯେତେବେଳେ ପରିବାର ବନ୍ଧୁବର୍ଗଙ୍କୁ ସାଙ୍ଗରେ ନେଇକି ଆସେ । ଏଭଳି ଏକ ଦୁଃଖଦ ଘଟଣା...

ଧାନଖଳାରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ, ଜଳିଗଲା ୬୦୦ ବସ୍ତା ଧାନ

ବଲାଙ୍ଗୀର,୧୪ା୧୨(ସୁନିଲ କୁମାର ମହାନ୍ତି): ପୁଣି ଧାନ ଖଳାରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉଡାର ପଞ୍ଚାୟତ ଜଲିଆ ଗାଁର ଚାଷୀ...

ବିଳମ୍ବିତ ନ୍ୟାୟ ଲୋକଙ୍କ ଉପରେ ବୋଝ: CJI

କଟକ,୧୪।୧୨: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି(CJI) ସୂର୍ଯ୍ୟ କାନ୍ତ ରବିବାର କଟକ ଶହୀଦ ଭବନରେ ହାଇକୋର୍ଟ ବାର୍‌ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଯୋଗ ଦେଇଛନ୍ତି। ଏହି ଅବସରରେ...

ବାପି ସର୍ଖେଲଙ୍କ ବଡ଼ ବୟାନ, କହିଲେ ମୁଁ ଦାମଙ୍କ ପୁଅ

ଭୁବନେଶ୍ବର,୧୪।୧୨: ବାପି ସର୍ଖେଲ ବଡ଼ ବୟାନ ଦେଇଛନ୍ତି। ନିଜକୁ ଦାମଙ୍କ ପୁଅ କହିଲେ ପାରାଦୀପ ଶ୍ରମିକ ନେତା ବାପି ସର୍ଖେଲ । ପାରାଦୀପ, କୁଜଙ୍ଗରେ ଆୟୋଜିତ...

କୋଟଗଡ଼ରେ ହାତୀ ଆତଙ୍କ: ନଷ୍ଟ କଲେ ଫସଲ

ବାଲିଗୁଡ଼ା,୧୪ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବନଖଣ୍ଡର କୋଟଗଡ଼ ଅଭୟାରଣ୍ୟରେ ଦେଖିବାକୁ ମିଳିଛି ହାତୀ ଆତଙ୍କ। ଗତ ଦୁଇଦିନ ଧରି କୋଟଗଡ଼ ବନାଞ୍ଚଳର ଲାସେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri