ପାଲାମଣ୍ଡପ ଉନ୍ନତୀକରଣ କାମରେ ଅନିୟମିତତା

କାଏମା,୨୬।୬(ଶିବପ୍ରସାଦ ମହାନ୍ତି):: ଧର୍ମଶାଳା ବ୍ଲକ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ପାଲା ମଣ୍ଡପ ଉନ୍ନତୀକରଣ କାର୍ଯ୍ୟରେ ଅନିୟମିତତା ହୋଇଛି। ଏହି କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି। ଏକଥା ଜାଣିବା ପରେ ସ୍ଥାନୀୟ ଲୋକେ କାମ ବନ୍ଦ କରିଛନ୍ତି। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ କାମ ଆରମ୍ଭ ହେବ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, କାଏମା ବ୍ରିଜ୍‌ ନିକଟରେ ଏକ ପାଲା ମଣ୍ଡପ ରହିଛି। ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିବାକୁ ଏଠାରେ ବର୍ଷକୁ ଥରେ ତିନିଦିନ ଧରି ପାଲା ପରିବେଷଣ କରାଯାଏ। ପାଲା ଦେଖିବାକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଭିଡ଼ ଜମେ। କିନ୍ତୁ ଏହି ସ୍ଥାନଟି କେଲୁଅ ନଦୀ ବନ୍ଧ ଭିତର ପାର୍ଶ୍ୱରେ ଥିବାରୁ ବର୍ଷାଦିନେ ନଦୀରେ ପାଣି ଆସିଲେ ମଣ୍ଡପଟି ବୁଡ଼ିଯିବା ସହ ଏହାର ସୌନ୍ଦର୍ଯ୍ୟ ନଷ୍ଟ ହୋଇ ଯାଇଥାଏ। ତେଣୁ ଏହାର ସୁରକ୍ଷା ନିମନ୍ତେ ମଣ୍ତପର ଉନ୍ନତୀକରଣ ପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ୧୯ ଲକ୍ଷ ଟଙ୍କା ଅର୍ଥ ମଞ୍ଜୁର କରାଯାଇ କାର୍ଯ୍ୟ ଆରମ୍ଭ ହୋଇଛି। ବରୀ ଅଞ୍ଚଳର ଜଣେ ଠିକାଦାର ଏହି କାମ ହାତକୁ ନେଇଛନ୍ତି। ବର୍ତ୍ତମାନ ସୁଦ୍ଧା ପାଖାପାଖି ୮୦ଭାଗ ଶେଷ ହୋଇଥିବାବେଳେ କୌଣସି ସୂଚନା ଫଳକ ଲଗାଯାଇନାହିଁ। ଏଠାରେ ନିର୍ମିତ ହୋଇଥିବା ପାଚେରି ମାସେ ନ ପୂରୁଣୁ ତାହା ଏକ ପାର୍ଶ୍ୱକୁ ଢଳେଇ ପଡ଼ିଛି।
ଉକ୍ତ ପାଚେରିରେ ଲୁହା ରଡ୍‌ ବ୍ୟବହାର ହୋଇ ନ ଥିବା ଦେଖିବାକୁ ମିଳିଛି। ସେହିପରି ପାଚେରିଟି ସ୍ଥାନେ ସ୍ଥାନେ ମୋଟା ଓ ପତଳା କରାଯାଇ ନିର୍ମାଣ କରାଯାଇଛି, ଯାହାକି କାର୍ଯ୍ୟ ସମ୍ପୂର୍ଣ୍ଣ ନିମ୍ନମାନର ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏଥିସହ ଏହି କାମର ତଦାରଖ ପାଇଁ ମଧ୍ୟ କୌଣସି ସରକାରୀ ଯନ୍ତ୍ରୀଙ୍କ ଦେଖା ମିଳୁ ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ସୁବାସ ସାହୁଙ୍କୁ ପଚାରିବାରେ ସେ ସୂଚନା ଫଳକ ଲାଗି ନ ଥିବା କଥାକୁ ସ୍ବୀକାର କରିବା ସହ ଛୋଟ କାମ ହୋଇଥିବାରୁ ଫଳକ ଲାଗି ନାହିଁ ବୋଲି କହିଛନ୍ତି। କାମ ମଧ୍ୟ ଠିକ୍‌ରେ ହୋଇନାହିଁ। ଏଥିସହିତ ଅର୍ଥ ଅଭାବରୁ ଏହାର ଉଚ୍ଚତା ବନ୍ଧ ଉଚ୍ଚ ତାଠାରୁ ୨ଫୁଟ ତଳେ ରହିବ ବୋଲି ସେ କହିଛନ୍ତି। ଏପରି କି ଯନ୍ତ୍ରୀ ନିଜେ ସେଠାକୁ ଆସନ୍ତି ନାହିଁ, ଅନ୍ୟ ଜଣେ କର୍ମଚାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ବୋଲି ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ: ୯ ଦିନ ରହିବେ ପୁରୀରେ

ଭୁବନେଶ୍ୱର,୭।୬: ଓଡ଼ିଶାରେ ପହଞ୍ଚିଛନ୍ତି ଜଗତଗୁରୁ ରାମଭଦ୍ରାଚାର୍ଯ୍ୟ। ରଥଯାତ୍ରାରେ ସେ ୯ ଦିନ ପୁରୀରେ ରହିବା ସହ ବିଭିନ୍ନ ଆଧାତ୍ମିକ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।...

ଗୋଟିଏ ଦିନ ପରେ ରଥଯାତ୍ରା, ସିଂହଦ୍ୱାର ସମ୍ମୁଖରେ ଲାଗିଲା ୩ରଥ

ପୁରୀ,୬।୭: ସିଂହଦ୍ୱାର ସମ୍ମୁଖରେ ଲାଗିଛି ତିନି ରଥ। ଆଜ୍ଞାମାଳ ବିଜେ ପରେ ଶ୍ରୀଜିଉଙ୍କ ତିନି ରଥକୁ ଶ୍ରୀମନ୍ଦିର ସାମ୍ନାକୁ ଅଣାଯାଇଛି। ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା।...

ଗାନ୍ଧୀଛକରେ ବିକ୍ଷୋଭ: ରାହୁଲଙ୍କ ବିରୋଧରେ ଥାନାରେ ଏତଲା

ରୂପସା, ୬।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେବସେନା ପକ୍ଷରୁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କଂଗ୍ରେସ ଏମ୍‌ପି...

ଘରକୁ ପଶିଗଲା ଟ୍ରକ୍‌: ଚାଲିଗଲା ବୃଦ୍ଧାଙ୍କ ଜୀବନ

ରାଇରଙ୍ଗପୁର,୬।୭: ମୟୁରଭଞ୍ଜ ଜିଲା ରାଇରଙ୍ଗପୁରରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ରୁତଗତିରେ ଆସୁଥିବା ଏକ ଟକ୍ର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଘର ଭିତରକୁ...

ବିପୁଳ ନିଶା ସାମଗ୍ରୀ ଜବତ, ଜଣେ ଗିରଫ

ବରଗଡ଼,୬।୭(ପ୍ରେମାନନ୍ଦ ଖମାରୀ): ବରଗଡ ଜିଲାର ଏକ ଘର ଭିତରୁ ୫୦୦ ବୋତଲ କଫସିରପ ଜବତ ହୋଇଛି। କେଶବ ନଗର ଘରେ ଟାଉନ ଥାନା ପୋଲିସର ଅତର୍କିତ...

ରାତିପାହିଲେ ଘୋଷଯାତ୍ରା; ତିନି ରଥକୁ ବିଜେ ହେଲା ଆଜ୍ଞାମାଳ

ପୁରୀ, ୫।୭(ଅଜିତ୍‌ କୁମାର ମହାନ୍ତି): ରବିବାର ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ତେଣୁ ପରମ୍ପରା ଅନୁଯାୟୀ, ଶନିବାର ରଥଖଳାରୁ ଶ୍ରୀମନ୍ଦିର ନିକଟକୁ ତିନିରଥ ଟଣାହେବ। ପଟି ଦିଆଁଙ୍କଠାରୁ...

କୁସୁମା ବଙ୍ଗଳା କାହାର: ବଢ଼ୁଛି ଚର୍ଚ୍ଚା, ସ୍ପଷ୍ଟୀକରଣ ରଖିଲେ…

ଯାଜପୁର,୬।୭: ଯାଜପୁର କୁସୁମାରେ ଥିବା ବିବାଦୀୟ ବଙ୍ଗଳାକୁ ନେଇ ଚର୍ଚ୍ଚା ବଢ଼ୁଥିବା ବେଳେ ଏଗୁଡିକ କାହାର ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।  ତେବେ ଶନିବାର...

ରତ୍ନ ଭଣ୍ଡାର ଖୋଲିବା ନେଇ ଜଗତଗୁରୁ  ଶଙ୍କରାଚାର୍ଯ୍ୟଙ୍କ ବିସ୍ଫୋରକ ବୟାନ: କହୁକହୁ କହିଦେଲେ…

ଭୁବନେଶ୍ୱର,୬।୭: ରତ୍ନ ଭଣ୍ଡାର ଖୋଲିବା ନେଇ ପୁରୀ ଶଙ୍କରାଚାର୍ଯ୍ୟ ଏକ ବଡ଼ ଏବଂ ବିସ୍ଫୋରକ ବୟାନ ଦେଇଛନ୍ତି। ଜଗତଗୁରୁ ଶଙ୍କରାଚାର୍ଯ୍ୟ କହିଛନ୍ତି,‘ସୁପ୍ରିମକୋର୍ଟଙ୍କ ଜଜମେଣ୍ଟ ଅଛି, ଯେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri