ଏରସମା/କୁଜଙ୍ଗ/ବିରିଡି/ବାଲିଆ/ରଘୁନାଥପୁର/ନାଉଗାଁ, ୪ା୨(ସ୍ବ.ପ୍ର./ଡି.ଏନ୍.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୟମିତତା ହୋଇଥିବା ଅଭିଯୋଗ କରି ଶବିବାର ଭାଜପା ପକ୍ଷରୁ ଜଗତ୍ସିଂହପୁର ଜିଲାର ବିଭିନ୍ନ ବ୍ଲକରେ ଘେରାଉ କରାଯାଇ ବିଡିଓଙ୍କୁ ଦାବି ପତ୍ର ଦିଆଯାଇଛି। ଏନେଇ ଏରସମାରେ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ ଭାଜପା ଓବିସି ମୋର୍ଚ୍ଚା ରାଜ୍ୟ ଉପସଭାପତି ନୃସିଂହ ସାହୁ, ଜଟାଧାରୀ ସ୍ବାଇଁ,ନୃସିଂହ ସେଠୀ,ଲକ୍ଷ୍ମୀଧର ଓଝା ପ୍ରମୁଖ ଉପସ୍ଥିତ ରହି ଅଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ ଦେବା ଏବଂ ଯୋଗ୍ୟ ହିତାଧିକୀଙ୍କୁ ଗୃହ ଯୋଗାଇ ଦେବାକୁ ଦାବି କରାଯାଇଥିଲା। ଏଥିସହ ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ା
କୁଜଙ୍ଗ ବ୍ଲକ ସମ୍ମୁଖରେ ଭାଜପା କର୍ମୀ ପ୍ରତିବାଦ କରିବା ସହ ଧାରଣା ଦେଇଥିଲେ ା ଦଳର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସମ୍ପଦ ସ୍ବାଇଁ ଏଥିରେ ଯୋଗଦେଇ ବ୍ଲକ ପ୍ରଶାସନକୁ ସମାଲୋଚନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲା ସମ୍ପାଦକ ତପନ ତ୍ରୀପାଠି, ଗୋପିଆକୁଦ ସରପଞ୍ଚ ଶ୍ରୀନିବାସ ସ୍ବାଇଁ, କୁଜଙ୍ଗ ମଣ୍ଡଳ ସଭାପତି ଚୈତନ୍ୟ ଖଟୁଆ ପ୍ରମୁଖ ଯୋଗଦେଇଥିଲେ। ବିରିଡି ବ୍ଲକରେ ପୁରଣ ମଣ୍ଡଳ ସଭାପତି ତରୁଣ କୁମାର ଦାସଙ୍କ ନେତୃତ୍ୱରେ ଭାଜପା କର୍ମୀମାନେ ବ୍ଲକ କାର୍ଯ୍ୟାଳୟ ଘେରାଉ କରିଥିଲେ ା ଏଥିରେ ବିଭୁ ପ୍ରସାଦ ଦାଶ, ରାମକୃଷ୍ଣ ପରିଜା, ସରପଞ୍ଚ ରମେଶ ଚନ୍ଦ୍ର ମହାନ୍ତି, ସୁନିଲ ପଶାୟତ, ଟୁଟୁ ମଲିକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଳୋଗାନ ଦେଇଥିଲେ। ଶେଷରେ ବିରିଡି ବିଡିଓଙ୍କ ଉଦ୍ଦେଶ୍ୟରେ ମୁଖ୍ୟ କିରାଣିଙ୍କୁ ଦାବି ପତ୍ର ଦିଆଯାଇଥିଲା। ରଘୁୁନାଥପୁରରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ନେତା ରାଜକିଶୋର ବେହେରାଙ୍କ ନେତୃତ୍ୱରେ କର୍ମୀମାନେ ସ୍ଥାନୀୟ ମଦନମୋହନ ମଠରୁ ଏକ ରାଲିରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ଥିଲେ। ସେଠାରେ ଜିଲା କର୍ମକର୍ତ୍ତା ନିମଳ ମହାପାତ୍ରଙ୍କ ପୌରୋହିତ୍ୟରେ ଏକ ପ୍ରତିବାଦ ସଭା ଆୟୋଜନ କରାଯାଇଥିଲା। ଏଥିରେ ଜିଲା ଓବିସି ମୋର୍ଚ୍ଚା ସଭାପତି ସୁବୋଧ ବାରିକ ଜିଲା ସମ୍ପାଦକ ଗଗନ ଦାଶ, ସୁବାସ ଜେନା, ପୂର୍ବତନ ଜିଲାପରିଷଦ ସଭ୍ୟ ଅଶୋକ ମହାରଣା, ଶିବପ୍ରସାଦ ଦାସ, ସୋମାଂଶୁ ଜେନା ପ୍ରମୁଖ ସାମିଲ ହୋଇଥିଲେ। ନାଉଗଁାରେ ଭାଜପା ନେତା ଓ କର୍ମୀମାନେ କୋକିଢିଅସ୍ଥିତ ଇଚ୍ଛା’ମା ମଣ୍ଡପରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ନାରା ଦେବାସହ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚତ୍ ଘେରାଉ କରିଥିଲେ। ସେଠାରେ ନାଉଗଁା ମଣ୍ଡଳ ସଭାପତି ନିଲୁରାମ ଜେନାଙ୍କ ସଭାପତିତ୍ୱରେ ଆୟୋଜିତ ପ୍ରତିବାଦ ସଭାରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ କୁମାର ମିଶ୍ର, ଅଲଣା ମଣ୍ଡଳ ସଭାପତି ଦୁର୍ଗାପ୍ରସାଦ ଆଚାର୍ଯ୍ୟ, ଜାମୁଗଁା ପୂର୍ବତନ ସରପଞ୍ଚ ଲଲାଟେନ୍ଦୁ ପରିଡା ପ୍ରମୁଖ ଯୋଗ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ।