ବଲାଙ୍ଗୀର ଅଫିସ,୧୮ା୧୦: ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ନେତୃତ୍ୱରେ ସୋମବାର ଜିଲା ଯୋଗାଣ ଅଧିକାରୀଙ୍କ ଅଫିସ ଘେରାଉ ହୋଇଛି। ପିଡିଏସ ଚାଉଳ ବଣ୍ଟନରେ ଅନିୟମିତତା,ବଲାଙ୍ଗୀର ସହର ୨୧ଟି ଓ୍ବାର୍ଡରେ ରହୁଥିବା ଗରିବ ଲୋକଙ୍କୁ ବାଦ୍ ଦେଇ ଧନୀ ଲୋକଙ୍କୁ ପିଡିଏସ୍ ବଣ୍ଟନ କରିବା ପ୍ରତିବାଦରେ ଏହି ଘେରାଉ କରାଯାଇଛି। ଏହା ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ବ୍ୟାପକ ଭାବରେ ଆନ୍ଦୋଳନ କରାଯିବ ବୋଲି ନଗର ସଭାପତି କହିଛନ୍ତି l