ଜୁନାଗଡ଼,୨୮।୬: କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଦାସିଗାଁ ପ୍ୟାକ୍ସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ବିଷ୍ଣୁ ପ୍ରସାଦ ସାହୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ନିଲମ୍ବିତ କରାଯାଇଛି। ମଣ୍ଡି ପରିଚାଳନାରେ ଅନିୟମିତତା ଅଭିଯୋଗରେ ତାଙ୍କୁ ନିଲମ୍ବିତ କରାଯାଇଛି। ଦାସିଗାଁ ପ୍ୟାକ୍ସ ଅଧୀନ ମଣ୍ଡିରେ ଚାଷୀଙ୍କ ଟୋକନ ଲାପ୍ସ ସମସ୍ୟା ଦେଖାଦେଇଥିଲା। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଚାଷୀଙ୍କ ଅଭିଯୋଗ ପରେ ଧର୍ମଗଡ଼ ଉପଜିଲାପାଳ ଦିବାକର ଟିଏସ୍ ତଦନ୍ତ କରିଥିଲେ। ତଦନ୍ତ ପରେ ଅନିୟମିତତା ହୋଇଥିବା ଜଣାପଡ଼ିଥିଲା। ଏନେଇ ପ୍ରଶାସନ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଛି।