ଚାରା ବିକ୍ରିରେ ଅନିୟମିତତା

ନୟାଗଡ଼,୫।୧୦(ଲୋକନାଥ ମିଶ୍ର)ନୟାଗଡ଼ ଜିଲାର ୮ଟି ବ୍ଲକରେ ଥିବା କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଷ୍ଟେଟ୍‌ ପ୍ଲାନରେ ବିକ୍ରି ହେଉଥିବା ଚାରାକୁ ମନଇଛା ଦରରେ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଅନ୍ୟପକ୍ଷେ କେଉଁ ଚାରା କେତେ ରେଟ୍‌ ସେନେଇ ଚାରା ବିକ୍ରି ହେଉଥିବା ସ୍ଥାନରେ ତାର ତାଲିକା ଝୁଲୁନି। ପୁଣି ଚାଷୀଙ୍କୁ ମନି ରସିଦ୍‌ ଦିଆ ଯାଉନି। ଚାଷୀଙ୍କ ଠାରୁ ଆଧାର କାର୍ଡର ଜେରକ୍ସ କପି ଓ ଦସ୍ତଖତ ନିଆଯାଉଥିବା ବେଳେ ଗଛ ସଂଖ୍ୟା ରିପୋର୍ଟରେ ଦର୍ଶାଯାଉନି। ଚାଷୀ ଗଛ ସଂଖ୍ୟା ଦର୍ଶାଇବାକୁ ଯୁକ୍ତି ବାଢ଼ିବା ବେଳେ ମନ ପାଇଲେ ଗଛ ନିଅନ୍ତୁ ନ ହେଲେ ଚାଲି ଯାଆନ୍ତୁ ଉତ୍ତର ମିଳୁଛି। ଚାରା ବିକ୍ରିରେ ଚାଲିଥିବା ଏପରି ମନମାନୀକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଉ ନ ଥିବାରୁ ଅନିୟମିତତା ବଢ଼ି ଚାଲିଛି। ଚାଷୀ ଶୋଷଣ ହେଉଛି।
ନୟାଗଡ଼ ଜିଲାର ଓଡ଼ଗାଁ, ନୟାଗଡ଼, ରଣପୁର, ଭାପୁର, ଖଣ୍ଡପଡ଼ା, ନୂଆଗାଁ, ଦଶପଲ୍ଲା ଓ ଗଣିଆ ବ୍ଲକରେ ଉଦ୍ୟାନ ବିଭାଗର କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ରହିଛି। ପ୍ରତି କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଚାରା ବିକ୍ରୟ କେନ୍ଦ୍ର ଖୋଲିଛି। ଷ୍ଟେଟ୍‌ ପ୍ଲାନରେ ଚାଷୀଙ୍କୁ ଚାରା ବିକ୍ରି ହେଉଛି। ଆମ୍ବ ଓ କାଜୁ ଚାରା ୨୨ଟଙ୍କା ୫୦, ଲେମ୍ବୁ ୧୦ଟଙ୍କା, ନଡିଆ ଗଛ ୪୦ ଟଙ୍କା ସରକାରୀ ରେଟ୍‌ ଅଛି। ହେଲେ ଚାଷୀ ଏସବୁ ସରକାରୀ ରେଟ୍‌ରେ ପାଉନି। ଗୋଟିଏ ଗଛ ପିଛା ଚାଷୀ ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଅଧିକ ଦେବାକୁ ପଡୁଛି। ଗୋଟିଏ ଚାରାକୁ ଭିନ୍ନ ଭିନ୍ନ ରେଟ୍‌ରେ ବିକ୍ରି କରିବା ପରେ ଉଦ୍ୟାନ ବିଭାଗର ଚାରା ଦୁର୍ନୀତି ପଦାକୁ ଆସିଛି। ଏନେଇ ଗୋଡିପଡ଼ାର ଚାଷୀ ବିଭୂତି ପଟ୍ଟନାୟକ କୁହନ୍ତି, ମୁଁ ଆମ୍ବ ଗଛ କିଣିବାକୁ ଓଡ଼ଗାଁ କନିଷ୍ଠ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲି। ଆମ୍ବ ଗଛ ରେଟ ୨୨ ଟଙ୍କା ୫୦ ପଇସା ଥିବାବେଳେ ମୋ ଆଗରେ ଚାଷୀ ୨୫ରୁ ୩୦ ଟଙ୍କାରେ କିଣୁଥିଲେ। ଗୋଟିଏ ଚାରାକୁ ଚାଷୀଙ୍କଠାରୁ ୫ରୁ ୧୦ ଟଙ୍କା ଲେଖାଏଁ ଆଦାୟ କରାଯାଉଥିବାରୁ ମୁଁ ଏହାକୁ ପ୍ରତିବାଦ କରିଥିଲି। ଏପରି କି ଚାରା କିଣିବାକୁ ଆସିଛି ବୋଲି କହିଥିଲି। ଆମ୍ବ ଚାରାର ସରକାରୀ ରେଟ କେତେ ଅଛି ପଚାରିଥିଲି। ମୋ ଯୁକ୍ତିତର୍କ ଦେଖି ମୋତେ ଚାରା ୨୨ଟଙ୍କା ୫୦ ପଇସା କୁହାଯାଇଥିଲା। ଏପରି କି ମାଗଣରେ ଦେଇ ଦେବେ କହିଥିଲେ। ତେବେ ମୁଁ ୫ଟି ଚାରା ୨୨ ଟଙ୍କା ୫୦ ପଇସାରେ କିଣି ଆଣିଥିଲି। ମନି ରସିଦ୍‌ ମାଗିବାରୁ ମନି ରସିଦ୍‌ ଦିଆଯାଉନି କହିଥିଲେ। ଅନ୍ୟପକ୍ଷେ କହିଥିଲେ ଚାରା ଗୋଟିକୁ ୪୫ ଟଙ୍କା ଦରରେ କିଣିଲେ ମନି ରସିଦ୍‌ ମିଳିବ। ମୁଁ ହଁ କଲା ପରେ ପୁଣି କହିଲେ ୫୦୦ ଚାରା ନେବାକୁ ପଡିବ। ପୁଣି ମୁଁ ହଁ କରିବା ପରେ ମଧ୍ୟ ମୋତେ ମନି ରସିଦ୍‌ ଦେବେ ନାହିଁ ମନା କଲେ। ଏଣୁ ଚାରା ବିକ୍ରିରେ ଅନିୟମିତତା ଚାଲିଛି ବୋଲି ମୁଁ ଅନୁଭବ କରି ସଚେତନତା ସୃଷ୍ଟି କରୁଛି। ନୂଆଗାଁର ମାଧମ ଚନ୍ଦ୍ର ନାୟକ କୁହନ୍ତି, ଆମ ଅଞ୍ଚଳରେ ଥିବା ଚାରା ବିକ୍ରୟ କେନ୍ଦ୍ରରେ ଚାରାକୁ ମନଇଛା ରେଟ୍‌ ନେଉଛନ୍ତି। ଗଛ ପ୍ରତି ସରକାରୀ ଦରଠାରୁ ୫ରୁ ୧୫ ଟଙ୍କା ଅଧିକ ନେଉଛନ୍ତି। ପ୍ରତିବାଦ କଲେ ସୁଫଳ ମିଳୁନି। ସେହିପରି ଆଧାରକାର୍ଡ ଜେରକ୍ସ ଓ ଦସ୍ତଖତ ନେଉଛନ୍ତି। କିନ୍ତୁ ମୁଁ କିଣିଥିବା ଗଛକୁ ରିପୋର୍ଟରେ ଦର୍ଶାଉ ନାହାନ୍ତି। ଆମ ନାଁରେ କେତେ ଗଛ ପଡିଲା ଆମେ ଜାଣି ପାରୁନୁ। ଏଣୁ ମୋ ପରି ଅନେକ ଚାଷୀ ସବୁଥିରେ ଠକେଇରେ ଶିକାର ହେଉଛନ୍ତି। ନୟାଗଡ଼ର ଚାଷୀ ଉମାଶଙ୍କର ପ୍ରଧାନ କୁହନ୍ତି, ଉଦ୍ୟାନ ବିଭାଗ ପକ୍ଷରୁ ବିକ୍ରୟ ହେଉଥିବା ଚାରା ପାଇଁ କେନ୍ଦ୍ରରେ ରେଟ୍‌ ଚାଟ ଝୁଲାଇବା କଥା। ହେଲେ ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି। କେତେଜଣ ରାଜନେତା, ଖବରଦାତା ଓ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ମାଗଣାରେ ଚାରା ଦେଇ ସେହି ଅର୍ଥ ଚାଷୀଙ୍କଠାରୁ ଆଦାୟ କରାଯାଉଛି। ଏହି ଅଭିଯୋଗର ତଦନ୍ତ ନ ହେଲେ ପ୍ରତିବର୍ଷ ଏପରି ଠକେଇ ଚାଲିଥିବ ବୋଲି ସେ କହିଛନ୍ତି।
ଉଦ୍ୟାନ ବିଭାଗର ଡେପୁଟି ଡାଇରେକ୍ଟର ଲଳିତ ପଣ୍ଡା କୁହନ୍ତି, ଚାରା ବିକ୍ରୟ କେନ୍ଦ୍ରରେ ରେଟ୍‌ ଚାଟ୍‌ ଝୁଲାଇବା ଦରକାର। ଏହା ନଜରକୁ ଆସି ନ ଥିଲା। ଏହା କରାଯିବ ବୋଲି କହିଛନ୍ତି। ଅନ୍ୟପକ୍ଷେ ଚାଷୀଙ୍କୁ ଅଧିକ ଦରରେ ଚାରା ବିକ୍ରୟ ହେଉଥିବା ନେଇ ଅଭିଯୋଗ ମିଳିନି। ଅଭିଯୋଗ ଅସିଲେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଚଳିତ ବର୍ଷ ଆମ୍ବ ଗଛ ୬୦ ହଜାର, ଲେମ୍ବୁ ୧୫ ହଜାର, ଅମୃତଭଣ୍ଡା ୧୨ ହଜାର ଚାରା ପଡିଥିଲା। ଚାଷୀଙ୍କୁ ସରକାରୀ ଦରରେ ଚାରା ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆ ଯାଇଛି। ତେବେ ମନି ରସିଦ୍‌ ବ୍ୟବସ୍ଥା ସରକାରଙ୍କ ନାହିଁ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫୦୦କୋଟି ଟଙ୍କାରେ Drishti IASକୁ ବିକ୍ରି କରିବେ ବିକାଶ ଦିବ୍ୟକୀର୍ତ୍ତି, ଜାଣନ୍ତୁ କାହାକୁ…

ନୂଆଦିଲ୍ଲୀ,୧।୪: ଭାରତୀୟ ଶିକ୍ଷା ଏବଂ ପ୍ରେରଣା ଜଗତରେ ଏକ ବଡ଼ ନାମ ଅର୍ଜନ କରିଥିବା ବିକାଶ ଦିବ୍ୟକୀର୍ତ୍ତି ଏବେ ତାଙ୍କର ସମ୍ପୂର୍ଣ୍ଣ ବ୍ୟବସାୟକୁ ବିକ୍ରି କରିବାକୁ...

ରାମନବମୀ ପାଇଁ ମୁତୟନ ହେବେ ୨୬ ପ୍ଲାଟୁନ୍‌ ଫୋର୍ସ: ସ୍ଥିତି ସମୀକ୍ଷା କଲେ କ୍ରାଇମବ୍ରାଞ୍ଚ ଡିଜିପି

ଭଦ୍ରକ,୧।୪(ସନାତନ ରାଉତ): ଭଦ୍ରକରେ ରାମନବମୀ ଶାନ୍ତିଶୃଙ୍ଖଳାର ସହ ପାଳନ ପାଇଁ କ୍ରାଇମବ୍ରାଞ୍ଚ ଡିଜିପି ବିନୟତୋଷ ମିଶ୍ର ମଙ୍ଗଳବାର ଅପରାହ୍ନ ୫ଟାରେ ଏସ୍‌ପିଙ୍କ ଅଫିସ୍‌ରେ ସ୍ଥିତି ସମୀକ୍ଷା...

ଭାରତର ଶତ୍ରୁ ଦେଶକୁ ଝଟ୍‌କା ଦେଲା ଚାଇନା, କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୧।୪: ଠିକ ଗୋଟିଏ ଦିନ ପୂର୍ବରୁ, ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ୟୁନୁସ, ସି ଜିନପିଙ୍ଗଙ୍କ ଗଡ଼କୁ ଯାଇଥିଲେ ଏବଂ ଭାରତକୁ ଜ୍ଞାନ ପ୍ରଦାନ କରୁଥିଲେ।...

ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକଉତ୍ସବ

ଦିଗପହଣ୍ଡି,୧।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ପିଏମଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ ମଙ୍ଗଳବାର ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ...

ଶହୀଦ ରାଜକିଶୋରଙ୍କ ଘରେ ପହଞ୍ଚିଲେ ମନ୍ତ୍ରୀ

କେନ୍ଦୁଝର,୧ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ନୂଆଗାଁ ଗ୍ରାମର ସହିଦ ରାଜକିଶୋର ମୁଣ୍ତାଙ୍କ ଘରକୁ ଆଜି ମଧ୍ୟାହ୍ନରେ ରାଜ୍ୟ ଜଙ୍ଗଲ...

ମିଶନ ଶକ୍ତି କାଫେ ଉଦ୍‌ଘାଟନ କଲେ ବିଧାୟକ

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଛକଠାରେ ମଙ୍ଗଳବାର ସନ୍ଧ୍ୟାରେ ମିଶନ ଶକ୍ତି କାଫେ ଉଦ୍‌ଘାଟିତ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ...

ଛାତ୍ରୀଛାତ୍ରଙ୍କୁ ପୌଷ୍ଟିକ ମାଣ୍ଡିଆ ଲଡୁ ବଣ୍ଟନ

ଦିଗପହଣ୍ଡି,୧ା୪(ଅଶେଷ ନାଥ ମିଶ୍ର): ରାଜ୍ୟ ଗଣଶିକ୍ଷା ବିଭାଗର ନିର୍ଦ୍ଦେଶାନାମା ଅନୁଯାୟୀ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପୋଷଣ ଯୋଜନାରେ ମଙ୍ଗଳବାରଠାରୁ ଦିଗପହଣ୍ଡି ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଛାତ୍ରୀଛାତ୍ରମାନଙ୍କୁ...

୬ମାସ ହେଲା କାମ କରୁନି ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ, ପଦକ୍ଷେପ ନ ନେଲେ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ

ଲାଞ୍ଜିଗଡ, ୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ପାହାଡପଦର ପଞ୍ଚାୟତ ବୋରପଦର ଗାଁଠାରେ ଦୀର୍ଘ ୬ମାସ ହେଲା ବିଏସ୍‌ଏନ୍‌ଏଲ୍‌ ନେଟ୍‌ୱର୍କ କାମ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image