ଅସରାଏ ବର୍ଷାରେ ପଦାରେ ପଡ଼ିଲା ଅନିୟମିତତା

କାମାକ୍ଷାନଗର,୨୬।୬(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ବିକାଶମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି। ବିଭାଗୀୟ ଅଧିକାରୀମାନେ ବିଭିନ୍ନ କାଇଦା କରି ଠିକାଦାରଙ୍କୁ ଘଣ୍ଟ ଘୋଡ଼ାଇ ଦେଉଥିବା ନଜିର ରହିଛି। ତେବେ ରବିବାର ହୋଇଥିବା ମୌସୁମୀ ବର୍ଷାରେ ପଦାରେ ପଡ଼ିଛି ଅନିୟମିତତା। ବ୍ଲକର ତୁମୁସିଙ୍ଗା ପଞ୍ଚାୟତରେ ନିର୍ମିତ ଆଦର୍ଶ ପୋଖରୀ ସୁରକ୍ଷା ପାଚେରି ଭୁଶୁଡ଼ି ପଡ଼ିଛି। ସେହିପରି ୫-ଟି ଅଧୀନ ରୂପାନ୍ତରିତ ପଞ୍ଚସଖା ବିଦ୍ୟାଳୟ ଫାଟକ, ଶ୍ରେଣୀଗୃହ ନିକଟରେ ଆଣ୍ଠୁଏ ଉଚ୍ଚତାର ପାଣି ଜମିଛି। ଉଭୟ କାର୍ଯ୍ୟରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ କହିଛନ୍ତି।
ତୁମୁସିଙ୍ଗା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପ୍ରାୟ ୨୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଆଦର୍ଶ ପୋଖରୀ ଖୋଳଯାଉଛି। ତେବେ ରବିବାର ହୋଇଥିବା ବର୍ଷାରେ ଏହାର ସୁରକ୍ଷା ପାଚେରି ଭାଙ୍ଗିଯାଇଛି। ପୋଖରୀ ଖନନ ସମୟରେ ଶ୍ରମିକ ବଦଳରେ ମେଶିନ ବ୍ୟବହାର ହୋଇଥିବା ଅଭିଯୋଗ ଉଠିଥିଲା। ହେଲେ ଏହାର ତଦନ୍ତ ସେତେବେଳେ ହୋଇ ନ ଥିଲା। ତେଣୁ ଏଭଳି ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି। ଅନୁରୂପ ଭାବେ ପଞ୍ଚାୟତର ପଞ୍ଚସଖା ହାଇସ୍କୁଲକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଥିଲା। ଏଥିରେ ବହୁ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ବର୍ଷାରେ ବିଦ୍ୟାଳୟ ଫାଟକ, ଶ୍ରେଣୀଗୃହ ସମ୍ମୁଖରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ସ୍କୁଲ ଭିତ୍ତିଭୂମି ବିକାଶରେ ଦୂରଦୃଷ୍ଟି ଅଭାବ ରହିଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଲଗାଣବର୍ଷା ହେଲେ ସ୍ଥିତି ଆହୁରି ସଙ୍ଗିନ ହୋଇଯିବ ବୋଲି ଅଭିଭାବକ ଏବଂ ଛାତ୍ରୀଛାତ୍ର କହିଛନ୍ତି।
ଏ ସମ୍ପର୍କରେ କାମାକ୍ଷାନଗର ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜିତ କୁମାର ବେହେରାଙ୍କ ପ୍ରତିକ୍ରିୟା ଲୋଡ଼ିବାରେ ସେ ଅଭିଯୋଗକୁ ହାଲୁକା ଭାବେ ନେଇଥିଲେ। ଏଥିସହ ସହକାରୀ ଯନ୍ତ୍ରୀଙ୍କୁ ଘଟଣାର ତଦନ୍ତ ପାଇଁ କହିବେ ବୋଲି କହି ପ୍ରସଙ୍ଗ ଏଡ଼ାଇ ଯାଇଥିଲେ।

ଆଧୁନିକୀକରଣ ହେବା ଜରୁରୀ
ବଇଣ୍ଡା ରେଳ ଷ୍ଟେଶନରୁ ଭଲ ରାଜସ୍ବ ଆଦାୟ ହେଉଛି। ହେଲେ ଯାତ୍ରୀଙ୍କୁ ସୁବିଧା ମିଳୁନାହିଁ। ଏହାର ଆଧୁନିକୀକରଣ ଲାଗି ବିଭାଗ ପଦକ୍ଷେପ ନେବା ଜରୁରୀ।
ଅର୍ଜୁନ ସାହୁ, ସାମାଜିକ କର୍ମୀ, ବଇଣ୍ଡା
ଅଭିଯୋଗ ସତ୍ତ୍ୱେ ସୁଫଳ ମିଳୁନାହିଁ
ଅଞ୍ଚଳବାସୀ ବଇଣ୍ଡା ରେଳଷ୍ଟେଶନର ବିକାଶ ଲାଗି ବିଭିନ୍ନ ସମୟରେ ଦାବି କରି ଆସୁଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ, ଯାହା ପରିତାପର ବିଷୟ।
-ଗିରିଶ ଚନ୍ଦ୍ର ବେହେରା, ଗ୍ରାମବାସୀ, ବଇଣ୍ଡା
ଯାତ୍ରୀ ସମସ୍ୟା ଭୋଗୁଛନ୍ତି
ବଇଣ୍ଡା ଷ୍ଟେଶନରେ ଗୁରୁତ୍ୱପୂର୍ଣ୍ଣ ଏକ୍ସପ୍ରେସ୍‌ ଟ୍ରେନ୍‌ଗୁଡ଼ିକ ଅଟକୁନାହିଁ। ଫଳରେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମସ୍ୟା ସମାଧାନ ଲାଗି ପଦକ୍ଷେପ ନିଆଯାଉ।
ରମେଶ ଚନ୍ଦ୍ର ଟିବ୍ରୁୱାଲା, ଗ୍ରାମବାସୀ, ବଇଣ୍ଡା
କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ
ଅନେକ ଦୂରଗାମୀ ଏକ୍ସପ୍ରେସ୍‌ ଟ୍ରେନ୍‌ ବଇଣ୍ଡାରେ ଅଟକୁନାହିଁ। ଉପଖଣ୍ଡ ଅଞ୍ଚଳରୁ ରାଜ୍ୟ ବାହାରକୁ କାମ କରିବାକୁ ଯାଉଥିବା ଶ୍ରମିକମାନେ ସମସ୍ୟା ଭୋଗୁଛନ୍ତି। ଏ ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ।
ସୁନୀଲ କୁମାର ସାହୁ, ଗ୍ରାମବାସୀ, ଠାକୁରଗଡ଼


Enter your email to get our daily news in your inbox.

All Right Reserved By Dharitri.Com

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

ଚାନ୍ଦବାଲିରେ ମଇଁଶିକୁ ଝାମ୍ପିନେଲା ୧୫ଫୁଟ ଲମ୍ବର କୁମ୍ଭୀର

ଚାନ୍ଦବାଲି, ୨୮ା୧୦(ଅଶୋକ କୁମାର ପଣ୍ଡା): ଭଦ୍ରକ ଜିଲା ଆରଡ଼ି ସାଳନ୍ଦୀ ନଦୀ ପଠାରୁ ମଇଁଶିକୁ ଝାମ୍ପିନେଲା କୁମ୍ଭୀର। ଆରଡି ନିକଟସ୍ଥ ଶୀତଳପୁର ଗାଁ ଦେଇ ପ୍ରବାହିତ...

ଆନ୍ଦୋଳନରେ କର୍ମଚାରୀ: ଗଡୁନି ମୋ’ ବସ୍‌, ଯାତ୍ରୀ ହନ୍ତସନ୍ତ

ସମ୍ବଲପୁୂର,୨୮ା୧୦: ସମ୍ବଲପୁର ସହରରେ ସୋମବାର ସକାଳୁ ମୋ’ ବସ୍‌ ସେବା ବନ୍ଦ କରାଯାଇଛି। ମୋ’ ବସ୍‌ ର୍କମଚାରୀଙ୍କ ବିଭିନ୍ନ ଦାବିନେଇ ବନ୍ଦ ରହିଛି ମୋ’ ବସ୍‌।...

ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀ; ପ୍ରସବ କରାଇବାକୁ ୫୦୦୦ ଟଙ୍କା ଲାଞ୍ଚ ମାଗିଲେ ସରକାରୀ ନର୍ସ

ଅନୁଗୋଳ,୨୮ା୧୦: ଅତିଷ୍ଠ ହେଉଥିଲା ପ୍ରସବ ଯନ୍ତ୍ରଣା, ମାନବିକତା ହରାଇ ବସିଥିଲେ ସରକାର ଡାକ୍ତରଖାନାର ନର୍ସ। ଗର୍ଭବତୀଙ୍କ ପ୍ରସବ କରାଇବା ପାଇଁ ମାଗିଲେ ୫ ହଜାର ଟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri