Categories: ଜାତୀୟ

ଜି-୨୦କୁ କିଏ ଆସୁଛି, କିଏ ନାହିଁ ଧ୍ୟାନ ନ ଦେଇ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍‌: ଜୟଶଙ୍କର

ନୂଆଦିଲ୍ଲୀ,୫।୯: ଭାରତରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ଅନୁପସ୍ଥିତି ନିଶ୍ଚିତ ହୋଇଛି। ଅନେକ ଲୋକ ମଧ୍ୟ ଏହି ବିଷୟରେ ପ୍ରଶ୍ନ ଉଠାଉଛନ୍ତି। ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ, ଜି-୨୦ ଶିଖର ସମ୍ମିଳନୀରେ କିଏ ଯୋଗ ଦେଉଛନ୍ତି ଏବଂ କିଏ ନାହାଁନ୍ତି, ତାହାକୁ ଧ୍ୟାନ ଦେବା ପରିବର୍ତ୍ତେ ସଦସ୍ୟ ଦେଶ ଗ୍ରହଣ କରିଥିବା ଆଭିମୁଖ୍ୟ ଏବଂ ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଉଚିତ୍‌।
ମନ୍ତ୍ରୀ କହିଛନ୍ତି ଯେ, ପରିଶେଷରେ କୌଣସି ଦେଶ ବାଛିଥିବା ପ୍ରତିନିଧି ଏଠାକୁ କରାଯିବ। ପ୍ରତିନିଧିତ୍ୱ ସ୍ତର ଏକ ଦେଶର ସ୍ଥିତିର ଅନ୍ତିମ ନିର୍ଦ୍ଧାରକ ହୋଇ ନ ଥାଏ।
ଜି-୨୦ ଶିଖର ସମ୍ମିଳନୀରେ ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏବଂ ରୁଷିଆର ବୈଦେଶିକ ମନ୍ତ୍ରୀ ସରୋଜ ଲାଭରୋଭ ପ୍ରତିନିଧିତ୍ୱ କରିବେ। ନିକଟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟେଲିଫୋନ କରି ସୂଚନା ଦେଇଛନ୍ତି ଯେ, ସେ ୟୁକ୍ରେନରେ ସାମରିକ କାର୍ଯ୍ୟରେ ଧ୍ୟାନ ଦେବାକୁ ପଡୁଥିବାରୁ ସେ ଏହି ସମ୍ମିଳନୀରେ ଯୋଗ ଦେଇ ପାରିବେ ନାହିଁ। ଗତ ବର୍ଷ ଡିସେମ୍ବରରେ ଇଣ୍ଡୋନେସିଆର ବାଲି ସହରରେ ଅନୁଷ୍ଠିତ ଶେଷ ଜି-୨୦ ଶିଖର ସମ୍ମିଳନୀରେ ରୁଷିଆର ରାଷ୍ଟ୍ରପତି ମଧ୍ୟ ଯୋଗ ଦେଇ ନ ଥିଲେ।

Share