ବଡ ପରଦାରେ ପୁଣି ଦେଖିବାକୁ ମିଳିବ ଇରଫାନଙ୍କ ଝଲକ

ମୁମ୍ବାଇ: ବଲିଉଡର ସ୍ବର୍ଗୀୟ କଳାକାରଙ୍କ କଥା ଯଦି ଆଲୋଚନା କରାଯାଏ ତେବେ ସର୍ବ ପ୍ରଥମେ ହୁଏତ ଆସିବ ଇରଫାନ ଖାଁଙ୍କ ନାମ। ଯଦିଓ ଇରଫାନ ଆଜି ଆମ ଗହଣରେ ନାହାନ୍ତି, ହେଲେ ତାଙ୍କ ଅଭିନୀତ ମୁଭି ଆଜିବି ତାଙ୍କ ପ୍ରଶଂସକଙ୍କ ପସନ୍ଦର ମୁଭି ହୋଇ ରହିଛି। ଏବେ ଇରଫାନଙ୍କ ଶେଷ ମୁଭି ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’କୁ ନେଇ ଫ୍ୟାନ୍ସ ଖୁବ ଏକ୍ସାଇଟେଡ ନଜର ଆସିଛନ୍ତି। ବୁଧବାର ଇରଫାନଙ୍କ ଅଭିନୀତ ମୁଭି ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ଇରଫାନ ତାଙ୍କ ଆକ୍ଟିଂର ଲାଷ୍ଟ ମ୍ୟାଜିକ ଦେଖାଇବା ନଜର ଆସିବ।

ବୁଧବାର ଜଣାଶୁଣା ଫିଲ୍ମ କ୍ରିଟିକ୍ସ ତରଣ ଆଦର୍ଶ ତାଙ୍କ ଅଫିସିୟାଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’ର ଟ୍ରେଲର ଶେୟାର କରିଛନ୍ତି। ଇରଫାନଙ୍କ ଏହି ଶେଷ ଫିଲ୍ମ ପାଇଁ ସମସ୍ତ ଦର୍ଶକ ଏକ୍ସାଇଟେଡ ନଜର ଆସିଛନ୍ତି। ଏବେ ‘ଦ ସଙ୍ଗ ଅଫ ସ୍କର୍ପିୟନ୍ସ’ର ଶାନଦାର ଟ୍ରେଲର ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟକୁ ଦ୍ୱିଗୁଣା କରି ଦେଇଛି। ‘ ଦ ସଙ୍ଗ ସ୍କର୍ପିୟନ୍ସ’ରେ ଇରଫାନ ଖାଁ ଜଣେ ଓଟ ବ୍ୟବସାୟୀ ଚରିତ୍ରରେ ନଜର ଆସିବେ।
ରାଜସ୍ଥାନି ଭାଷାରେ ଇରଫାନଙ୍କ ଡାଏଲଗ ଡେଲିଭରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଅନ୍ୟପଟେ ଇରାନି-ଫ୍ରେଞ୍ଚ ଆକ୍ଟ୍ରେସ ଗୋଲସିପ୍ତେହ ଫରହାନି ବି ଫିଲ୍ମରେ ଏକ ବୈଦ ଭୂମିକାରେ ନଜର ଆସିଛନ୍ତି। ଇରଫାନ ଓ ଗୋଲସିପ୍ତେହ ଫରହାନିଙ୍କ ବ୍ୟତୀତ ଏହି ମୁଭିରେ ବରିଷ୍ଠ ଅଭିନେତ୍ରୀ ଓ୍ବାହିଦା ରହମାନ ଓ ଅଭିନେତା ଶଶାଙ୍କ ଆରୋଡା ବି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି।
ସୂଚନାଯୋଗ୍ୟ, ୩ ବର୍ଷ ପୂର୍ବେ ୨୯ ଏପ୍ରିଲ ୨୦୨୦ରେ କ୍ୟାନସରରେ ପୀଡ଼ିତ ଥିବା ଇରଫାନଙ୍କର ପରଲୋକ ହୋଇଥିଲା। ଏବେ ଶେଷ ଥର ଲାଗି ଇରଫାନ ବଡ ପରଦାରେ ତାଙ୍କ ଅଭିନୟର ଯାଦୁ ଦେଖାଇବେ। ଇରଫାନଙ୍କ ତୃତୀୟ ଡେଥ ଆନିଭର୍ସାରୀ ଅବସରରେ ‘ଦ ସଙ୍ଗ ଅଫ ସ୍କର୍ପିଅନ୍ସ’ ୨୮ ଏପ୍ରିଲ ୨୦୨୩ରେ ରିଲିଜ ହେବ।

 

Share