୨୦୨୧ରେ ରିଲିଜ ହେବ ଇଫ୍ରାନ ଖାନଙ୍କ ଅନ୍ତିମ ଫିଲ୍ମ

ନୂଆଦିଲ୍ଲୀ,୨୮ା୧୨- ସ୍ବର୍ଗତ ଅଭିନେତା ଇଫ୍ରାନ ଖାନଙ୍କ ଶେଷ ଫିଲ୍ମ ‘ଦ ସଙ୍ଗ ଅଫ୍‌ ସ୍କର୍ପିଅନ୍ସ’ ଆଗାମୀ ବର୍ଷ ରିଲିଜ ହେବ। ଏ ନେଇ ବଲିଉଡ୍‌ର ଜଣାଶୁଣା ସମୀକକ୍ଷ ତରନ ଆଦର୍ଶ ଟୁଇଟର ଯୋଗେ ସୋମବାର ସୂଚନା ଦେଇଛନ୍ତି। ୨୦୨୧ରେ ରିଲିଜ ହେବାକୁ ଯାଉଛି ଇଫ୍ରାନଙ୍କ ଶେଷ ଫିଲ୍ମ ଦ ସଙ୍ଗ ଅଫ୍‌ ସ୍କର୍ପିଅନ୍ସ। ପାନୋରାମା ସ୍ପଟ୍‌ଲାଇଟ୍‌ ଆଣ୍ଡ୍‌ ୭୦ ଏମ୍‌ଏମ୍‌ ଟକିଜ୍‌ ପକ୍ଷରୁ ନିର୍ମିତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅନୁପ ସିଂ।

ଇଫ୍ରାନଙ୍କ ବ୍ୟତୀତ ଇରାନ ଅଭିନେତ୍ରୀ ଗୋଲସିଫ୍ଟ ଫାରାହାନି ଓ ଭେଟେରାନ ବଲିଉଡ୍‌ ଆକ୍ଟର ଓ୍ବାହିଦା ରେହମାନ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ୨୦୧୭ରେ ସୁଇଜରଲାଣ୍ଡରେ ୭୦ତମ ଲୋକାର୍ନୋ ଫିଲ୍ମ ମହୋଉତ୍ସବରେ ପ୍ରଦର୍ଶିତ ହୋଇଥିଲା। ହେଲେ ଫିଲ୍ମ ହଲରେ ରିଲିଜ ହୋଇନାହିଁ। ଏଥିରେ ଇଫ୍ରାନଙ୍କୁ ଓଟ ବ୍ୟବସାୟୀ ଭୂମିକାରେ ଦେଖିବାକୁ ମିଳିବ।

Share