ଖୁବ୍‌ଶୀଘ୍ର ରିଲିଜ ହେବ ଇରଫାନଙ୍କ ଏହି ଫିଲ୍ମ

ବଲିଉଡ୍‌ ଅଭିନେତା ଇରଫାନ ଖାନ ଆଜି ଏହି ଦୁନିଆରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଆଜି ବି ଦର୍ଶକ ମନେ ରଖିଛନ୍ତି। ନିଜ ଅଭିନୟ ଯାଦୁରେ ସେ ଲକ୍ଷଲକ୍ଷ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ସଂସାରରୁ ତାଙ୍କ ବିଦାୟକୁ ୨ ବର୍ଷ ପୂରିଯାଇଥିଲେ ସୁଦ୍ଧା ତାଙ୍କର ଏକ ଫିଲ୍ମ ‘ଅପନୋ ସେ ବେୱଫାଇ’କୁ ଦର୍ଶକ ଆଜିବି ଅପେକ୍ଷା କରିଛନ୍ତି। ପ୍ରଶଂସକମାନେ ଗତ ୨ ବର୍ଷ ଧରି ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଏହା ତାଙ୍କର ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ମୁକ୍ତିଲାଭ କରିବାକୁ ଥିବା ବେଳେ ରିଲିଜ ହୋଇପାରି ନ ଥିଲା। ତେବେ ଫିଲ୍ମଟ ଖୁବଶୀଘ୍ର ରିଲିଜ ହେବାକୁ ଯାଉଛି।
ଇରଫାନଙ୍କ ଫିଲ୍ମ ‘ଆପନୋ ସେ ବେୱଫାଇ’ର ନିର୍ଦ୍ଦେଶକ ପୀୟୁଷ ଶାହା ଏକ ସାକ୍ଷାତକାରରେ କହିଛନ୍ତି,ଆମେ ଚାହୁଁଛୁ ଦର୍ଶକମାନେ ଆମର ଏହି ପାରିବାରିକ ମନୋରଞ୍ଜନ ପିଲ୍ମକୁ ଦେଖିବାକୁ ନିଶ୍ଚୟ ଆସିବେ । କିନ୍ତୁ ଏହା ବହୁତ ବିଳମ୍ବ ହୋଇଗଲା । ତେବେ ଫିଲ୍ମ ରିଲିଜ୍‌ ପାଇଁ ପ୍ରସ୍ତୁତି ଚାଲିଛି।

Share