ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର କ୍ୟାଶିୟର

ବାଲେଶ୍ୱର ଅଫିସ,୧୪।୩: ବାଲେଶ୍ୱର ଆଇଟିଆଇ ଛକସ୍ଥିତ ଜଳସେଚନ ବିଭାଗ କାର୍ଯ୍ୟାଳୟର କ୍ୟାଶିୟର ପ୍ରଦୀପ କୁମାର ରାଉତ ସୋମବାର ସନ୍ଧ୍ୟାରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଳେଶ୍ୱର ଅଞ୍ଚଳର ଠିକାଦାର ଲୋକନାଥ ଜେନାଙ୍କ ଜମା ଟଙ୍କା ଫେରାଇ ଦେବା ପାଇଁ ସେ ୫ହଜାର ଟଙ୍କା ଲାଞ୍ଚ ନେଉଥିଲେ।
୧୨ଟି ବ୍ଲକରେ ଜଳସେଚନ ବିଭାଗର ଅନେକ କାମ ହାତକୁ ନିଆଯାଇଛି। ଏସବୁ କାର୍ଯ୍ୟ ପାଇଁ ଠିକାଦାରମାନେ ମୁଖ୍ୟତଃ ବାଲେଶ୍ୱର ଜଳସେଚନ ବିଭାଗ ଉପରେ ନିର୍ଭର କରିଥାନ୍ତି। ଠିକାଦାରମାନେ ଟେଣ୍ଡର ପକାଇବାଠାରୁ କାର୍ଯ୍ୟ ଶେଷ କରିବା ପର୍ଯ୍ୟନ୍ତ କନିଷ୍ଠଯନ୍ତ୍ରୀଙ୍କଠାରୁ ସୁପରିଣ୍ଟେଣ୍ଡେଣ୍ଟଙ୍କ ଉପରେ ନିର୍ଭର କରନ୍ତି। ଟେଣ୍ଡର ପକାଇ ମନୋନୀତ ହେବା ପରେ କାର୍ଯ୍ୟ ପାଇଁ ଡିପୋଜିଟ୍‌ ହେଉଥିବା ଟଙ୍କା କାର୍ଯ୍ୟ ଶେଷ ହେବା ପରେ ଫେରାଇ ଦେବା ପାଇଁ ଅଧିକ ଟଙ୍କା ଲାଞ୍ଚ ମାଗିବାରୁ ଠିକାଦାର ଜେନା ଭିଜିଲାନ୍ସର ସହାୟତା ନେଇଥିଲେ। ଭିଜିଲାନ୍ସ ଯୋଜନା ଅନୁସାରେ ଜେନା କ୍ୟାଶିୟର ରାଉତଙ୍କୁ ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରି ଧରିଥିଲା।