ଲାଞ୍ଚ ନେଇ ଉଠାଜଳସେଚନ ବିଭାଗ ଯନ୍ତ୍ରୀ, ଠିକାଦାର ଗିରଫ

ନୟାଗଡ଼,୧୬ା୩(ଲୋକନାଥ ମିଶ୍ର): ବୋର୍‌ଓ୍ବେଲ୍‌ ଖୋଳିବା ପାଇଁ ୯ ହଜାର ଲାଞ୍ଚ ନେଉଥିବା ବେଳେ ନୟାଗଡ଼ ଭିଜିଲାନ୍ସ ୟୁନିଟ୍‌ ପକ୍ଷରୁ ନୟାଗଡ଼ ଉଠାଜଳସେଚନ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇ କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୈତାଇ ଓ ଠିକାଦାର ଶ୍ରୀକାନ୍ତ ପତିଙ୍କୁ ଗିରଫ କରାଯାଇଛି। କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କଠାରୁ ଲାଞ୍ଚ ନେଉଥିବା ୯ ହଜାର ଟଙ୍କା ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କନିଷ୍ଠ ଯନ୍ତ୍ରୀଙ୍କ ନୟାଗଡ଼ର ଭଡାଘର ଉପରେ ଚଢ଼ାଉ ଜାରି ରହିଛି।

Share