ଛତ୍ରପୁର,୧୫।୧୧(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ ): ଗଞ୍ଜାମ ଜିଲାର ଧାନ ଫସଲ ଉଜୁଡିବା ସହ ଜମି ଫାଟି ଆଁ କଲାଣି । ଜଳସେଚନ ସୁବିଧା ଥିବା ଜମିଗୁଡିକୁ ମଧ୍ୟ ଠିକ୍ ସମୟରେ ପାଣି ମିଳିବା ନେଇ ସନ୍ଦେହ ହେଲାଣି। ଏବେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଜଳସେଚନ ସହ ଚାଷୀଙ୍କ ସମସ୍ୟା ସମାଧାନ ଦାବିରେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଛତ୍ରପୁର ଠାରେ ଜିଲା ସ୍ତରୀୟ ଚାଷୀ ସମାବେଶ ହୋଇଥିଲା। ଏଥିରେ ଜିଲାର ଆଦିବାସୀଙ୍କୁ ଜଙ୍ଗଲ ଜମିରେ ଅଧିକାର, ସେମାନଙ୍କ ଅଞ୍ଚଳରେ ଥିବା କାଳୁଗଛର ପଟ୍ଟା ପ୍ରଦାନ, ବୟସ୍କ ଚାଷୀ ଯେକି ଚାଷଉପରେ ନିର୍ଭରଶୀଳ ସେମାଙ୍କୁ ମାସିକ ୫ହଜାର ପେନ୍ଶନ ଆଦି ଦାବି ରହିଛି।