ନଦୀବନ୍ଧ ଧସିଥିବା ସ୍ଥାନ ପରିଦର୍ଶନ କଲେ ଜଳସେଚନ ଅଧିକାରୀ

ଆରଡି,୧୦।୧(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡ଼ି ପଞ୍ଚାୟତ ଶୀତଳପୁରଠାରେ ସାଳନ୍ଦୀ ନଦୀକୂଳରେ ପଥରପ୍ୟାକିଂ କାର୍ଯ୍ୟ ଚାଲିଥିଲା ବେଳେ ରବିବାର ୪୦ ଫୁଟ୍‌ର ନଦୀବନ୍ଧ ଧସିଯାଇଥିଲା। ସୋମବାର ଅପରାହ୍ନରେ ଜଳସେଚନ ବିଭାଗର ଧାମନଗର ଡିଭିଜନ ଏସ୍‌ଡିଓ ବିଜୟ କୁମାର ସେଠୀ ଓ କନିଷ୍ଠ ଯନ୍ତ୍ରୀ କିଶୋର ଦାସ ଶୀତଳପୁରରେ ପହଞ୍ଚି ନଦୀବନ୍ଧ ଧସିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ଉକ୍ତ ସ୍ଥାନରେ ତୁରନ୍ତ ପଥରପ୍ୟାକିଂ କାର୍ଯ୍ୟ ଆରମ୍ଭ କରିବାକୁ ୨ ଅଧିକାରୀ ଠିକାଦାରଙ୍କୁ କହିଛନ୍ତି। ଏଥିସହ ସେଠାରେ ଓ ନଦୀଶଯ୍ୟାରେ ପଥର ପକାଯାଇ କାର୍ଯ୍ୟ ତ୍ୱରାନ୍ବିତ କରାଯିବ ବୋଲି ସେମାନେ ପ୍ରକାଶ କରିଛନ୍ତି। ପଥର ଧସିବା ଯୋଗୁ ଲୋକେ ଆତଙ୍କିତ ହେବାର କିଛି କାରଣ ନାହିଁ। ଏବେ ଯେଉଁ ପଥରପ୍ୟାକିଂ କାର୍ଯ୍ୟ ଚାଲିଛି, ତାହା ସ୍ଥାୟୀ ଓ ସୁଦୃଢ଼ ଭାବେ କରାଯିବ ବୋଲି ସେମାନେ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ପଥରପ୍ୟାକିଂ କାର୍ଯ୍ୟ ନ ସରିବା ପର୍ଯ୍ୟନ୍ତ କାମ ମଝିରେ ବନ୍ଦ ନ କରିବାକୁ ସେମାନେ ଠିକାଦାରଙ୍କୁ ତାଗିଦ୍‌ କରିଛନ୍ତି।