ବିନା ବିଦ୍ୟୁତ୍‌, ଯନ୍ତ୍ରରେ ହେବେ ଜଳ ସେଚନ

ରାଇକିଆ,୨୪।୬(ପ୍ରଦୀପ ବେହେରା): ଚାଷୀଙ୍କୁ ବିନା ବିଦ୍ୟୁତ୍‌ ଏବଂ ଯନ୍ତ୍ରରେ ଜଳ ସେଚନର ସୁବିଧା ମିଳିବ। ଏଥିପାଇଁ କନ୍ଧମାଳ ଜିଲା ରାଇକିଆ ବ୍ଲକ ଗୁମାମହା ପଞ୍ଚାୟତର ବାନ୍ଦା ଗ୍ରାମରେ ମାଧ୍ୟମ ଫାଉଣ୍ଡେଶନ ସହଯୋଗରେ ଜଳସେଚନ ପାଇଁ ଅଭିନବ ବ୍ୟବସ୍ଥା କରାଯାଇଛି।

୧୮୦୦ ମିଟର ଦୂରରୁ ପାଇପ୍‌ ଯୋଗେ ଝରଣାରୁ ପାଣି ଆଣି ଗାଁରେ ପହଞ୍ଚାଯାଇଛି। ଏହି ପାଣିକୁ ବିଭିନ୍ନ ଜମିକୁ ସେଚନର ବ୍ୟବସ୍ଥା କରାଯାଉଛି । ଯେଉଁଠି ଜଳ ସେଚନ ପାଇଁ କୌଣସି ବ୍ୟବସ୍ଥl ନାହିଁ ସେହି ସ୍ଥାନରେ ବିକଳ୍ପ ଭାବେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଏହାର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ରାଇକିଆ ବିଡ଼ିଓ ସୀମାଞ୍ଚଳ ମଣ୍ଡଳ, ଏବଂ ଗୁମାମାହା ସରପଞ୍ଚ ପ୍ରମିଳା ପ୍ରଧାନ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି କ୍ଷୁଦ୍ର ପ୍ରକଳ୍ପ ମାଧ୍ୟମରେ ଗ୍ରାମର ୩୦ରୁ ଊଦ୍ଧର୍‌ବ ଜମିକୁ ଜଳ ସେଚନ ହୋଇପାରିବ। କାର୍ଯ୍ୟକ୍ରମକୁ ଫାଉଣ୍ଡେଶନର ସଞ୍ଜୀବ କୁମାର ଖଣ୍ଡଗିରି, ସୌଭାଗ୍ୟ ମିଶ୍ର, ସତ୍ୟଜିତ ରାୟ, ଅଶୋକ ବେହେରା ପରିଚାଳନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କ ନିକଟରେ ଫେରାଦ ହେଲେ ସମିତି ସଭ୍ୟ, ସରପଞ୍ଚ

କେସିଙ୍ଗା,୪।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟକଳାପକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥାପ୍ରସ୍ତାବ ପାଇଁ ୪୨ଜଣ ସମିତି ସଭ୍ୟ, ସରପଞ୍ଚ...

ରାଜେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ, ଥାନାରେ ଏତଲା

ଖୋର୍ଦ୍ଧା, ୫ା୧୦(ପ୍ରଭାତ ପାଣିଗ୍ରାହୀ):ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ପୂର୍ବତନ ବିଧାୟକ ରାଜେନ୍ଦ୍ର ସାହୁ ଖୋର୍ଦ୍ଧା ମାଟିର ଅସମ୍ମାନ ହେବା ଭଳି ଅପଶବ୍ଦ କହିବାକୁ ନେଇ ବିଭିନ୍ନ ମହଲରେ...

ଢିଙ୍କିଆ ପଞ୍ଚାୟତ ନିର୍ବାଚନ: ୮୪% ମତଦାନ: ଆଜି ଗଣତି

କୁଜଙ୍ଗ,୫।୧୦(ମନୋଜ ପ୍ରଧାନ ):ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୱାର୍ଡସଭ୍ୟ ପଦ ନିମନ୍ତେ ଶୁକ୍ରବାର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୋଲିସ...

ଯାଜପୁରରେ ବିକାଶ ନାଁରେ ୩ ପରିବାରର ଲୁଟ୍‌ ପ୍ରସଙ୍ଗ:ଜୋର୍‌ ଧରିଛି ଆରୋପ ପ୍ରତ୍ୟାରୋପ

ଯାଜପୁର,୫ା୧୦(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାରେ ବିକାଶ ନାମରେ ୩ ପରିବାର ଲୁଟ୍‌ କରିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମନ୍ତବ୍ୟ ପରେ ଉଭୟ ବିଜେଡି ଓ ଭାଜପା...

ବିରାଜିବେ ମା’: ଆକର୍ଷଣ ସାଜିବ ଦିଲ୍ଲୀର ଲାଲକିଲ୍ଲା ମଣ୍ଡପ

ଭବାନୀପାଟଣା,୫/୧୦(ଉତ୍ତମ କୁମାର ଦାଶ):ମା’ ଦୁର୍ଗାଙ୍କ ଆଗମନ ପାଇଁ କଳାହାଣ୍ଡି ଜିଲା ଭବାନୀପାଟଣା ସହର ଚଳଚଞ୍ଚଳ ହୋଇଉଠିଛି। ସହରର ନକଟିଗୁଡ଼ା ପୂଜା ମଣ୍ଡପ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ।...

ଫରେଷ୍ଟରଙ୍କ ଆତ୍ମହତ୍ୟା ଘଟଣା: ଡିଏଫ୍‌ଓଙ୍କୁ ଜେରା କଲେ ଏସ୍‌ଡିପିଓ

ଭବାନୀପାଟଣା,୫ା୧୦ (ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଗୋ-ସେବାଶ୍ରମକୁ ଜାଳିଦେଲେ ଦୁର୍ବୃତ୍ତ: ଅଭିଯୁକ୍ତଙ୍କୁ ଗିରଫ ଦାବି

ଅମରପାଲି,୫।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଜାଲୋଏ ଗ୍ରାମ ପଞ୍ଚାୟତର ଘିକୁଣ୍ଡି ଗ୍ରାମରେ ଥିବା ମା’ ମାହେଶ୍ୱରୀ ଗୋ-ସେବାଶ୍ରମକୁ କେତେଜଣ ଦୁର୍ବୃତ୍ତ ଜାଳିଦେବା...

ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବଙ୍କ ଗସ୍ତକୁ ନେଇ ଗଣମାଧ୍ୟମକୁ ଉପେକ୍ଷା

ଅମରପାଲି,୫।୧୦(ପୀତାମ୍ବର ସାହୁ):ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଯାମିନି ଷଡଙ୍ଗୀ ସୁବର୍ଣ୍ଣପୁର ଜିଲା ଗସ୍ତ ବେଳେ ବୀରମହାରାଜପୁର ବ୍ଲକର ବିଭିନ୍ନ ଯୋଜନା, ପ୍ରକଳ୍ପ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri