୧୦୮ ଆମ୍ବୁଲାନ୍ସ୍‌ର ପ୍ରଥମ ମହିଳା ଡ୍ରାଇଭର: ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୧।୯: ପ୍ରଥମ ମହିଳା ଆମ୍ବୁଲାନ୍ସ୍‌ ଡ୍ରାଇଭରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପାଲାନିସାମି ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ଏମ୍‌. ବୀରାଲକ୍ଷ୍ମୀ ଏବେ ୧୦୮ ଆମ୍ବୁଲାନ୍ସ୍‌ ଚଳାଇବେ। ୯୦ଟି ୧୦୮ ଆମ୍ବୁଲାନ୍ସ୍‌ର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଛି। ଏସବୁ ଆମ୍ବୁଲାନ୍ସ୍‌ରେ ଅତ୍ୟାଧୁନିକ ସୁବିଧା ସୁଯୋଗ ରହିଛି। ଏଥି ପାଇଁ ୨୦ କୋଟି ୬୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ୧୦ଟି ଆମ୍ବୁଲାନ୍ସ୍‌ ବ୍ଲଡ୍‌ ବ୍ୟାଙ୍କ କାର୍ଯ୍ୟରେ ନିୟୋଜିତ ହେବ। ଲୋକଙ୍କ ସେବାରେ ଜୀବନକୁ ଉତ୍ସର୍ଗ କରିବି ବୋଲି ଏହି ଅବସରରେ ବୀରାଲକ୍ଷ୍ମୀ କହିଛନ୍ତି। ବୀରାଲକ୍ଷ୍ମୀ ଅଟୋମୋବାଇଲ୍‌ ଟେକ୍ନୋଲୋଜିରେ ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି। ଜୀବନରେ ଭଲ କାମ ଏବଂ ଲୋକଙ୍କ ସେବା କରିବା ଜଣେ ମଣିଷର ପ୍ରଥମ କର୍ତ୍ତବ୍ୟ। ଏହି ପ୍ରେରଣା ତାଙ୍କ ମା’ଙ୍କଠାରୁ ମିଳିଥିବା ବୀରାଲକ୍ଷ୍ମୀ କହିଛନ୍ତି।

Share