ସିରିଆରେ ଆଇଏସ ଆକ୍ରମଣ: ୭ ମୃତ, ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା…

ଦାମାସକସ,୯।୧୨ : ସିରିଆର ଡିଆର ଅଲ-ଜୁର ପ୍ରଦେଶରେ ଇସଲାମିକ ଷ୍ଟେଟ (ଆଇଏସ) ଆକ୍ରମଣରେ ୭ ଜଣ ସୈନିକ ଏବଂ ସରକାରୀ ସମର୍ଥକଙ୍କର ମୃତ୍ୟୁ ଘଟିଛି।
ସିରିଆର ମାନାବାଧିକାର ଅବଜରଭେଟୋରୀ ଅନୁଯାୟୀ, ଶନିବାର ଦକ୍ଷିଣ ଡିଆର ଅଲ-ଜୁରରେ ଥିବା ଟି-୨ ତୈଳ ଷ୍ଟେଶନର ପୂର୍ବରେ ସାମରିକ ଟାର୍ଗେଟ ଉପରେ ଏହି ଆକ୍ରମଣ କରାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।

ବ୍ରିଟେନର ନ୍ୟୁଜ ଏଜେନ୍ସି ରିପୋର୍ଟ ଅନୁସାରେ ଚଳିତ ବର୍ଷ ଏଭଳି ଆକ୍ରମଣରେ ୫୯୪ ଜଣଙ୍କ ମୃତ୍ୟୁ ଘଟିଛି, ସେମାନଙ୍କ ମଧ୍ୟରେ୪୪ ଜଣ ଆଇଏସ ଆତଙ୍କବାଦୀ, ୩୮୫ ସୈନିକ ଏବଂ ସରକାରୀ ସମର୍ଥକ ତଥା ୧୬୫ ସାଧାରଣ ନାଗରିକ ଅଛନ୍ତି।

ଆଇଏସ ସିରିଆର ପ୍ରମୁଖ ଅଞ୍ଚଳରେ ନିଜର ନିୟନ୍ତ୍ରଣ ହରାଇଛି। ଏହା ପୂର୍ବ ସିରିଆର ବିସ୍ତୃତ ମରୁଭୂମି ଅଞ୍ଚଳରେ ଗରିଲା ଯୁଦ୍ଧ କରୁଛି।

 

Share