Categories: ଜାତୀୟ

ପଶ୍ଚିମବଙ୍ଗରେ ଭାଜପାକୁ ଲାଗିପାରେ ଆଉ ଏକ ଝଟ୍‌କା

କୋଲକତା,୬।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିତିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ଭାଜପାକୁ ଝଟକା ଦେଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାର ଅନେକ ଏମ୍‌ପି ଓ ବିଧାୟକ ତୃଣମୂଳ କଂଗ୍ରେସ କଂଗ୍ରେସକୁ ଯିବା ଆରମ୍ଭ କଲେଣି। ଏହି ସମୟ ମଧ୍ୟରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିବାକୁ ଯାଉଛି। ବିଧାନସଭାର ପୂର୍ବତନ ନଗରପାଳ ସବ୍ୟସାଚୀ ଦତ୍ତ ମଧ୍ୟ ଭାଜପା ଛାଡ଼ି ଖୁବ ଶୀଘ୍ର ନିଜ ପୁରୁଣା ଦଳ ତୃଣମୂଳ କଂଗ୍ରେସକୁ ଫେରିବେ ବୋଲି କୁହାଯାଉଛି। ପଶ୍ଚିମବଙ୍ଗ ଭାଜପାରର ରାଜ୍ୟ ସଚିବ ସବ୍ୟସାଚୀ ଦତ୍ତ ଯେକୌଣସି ସମୟରେ ତୃଣମୂଳ କଂଗ୍ରେସକୁ ଫେରିପାରନ୍ତି। ଫେରିବା ପାଇଁ ଦତ୍ତ ତୃଣମୂଳ କଂଗ୍ରେସ ସହ କଥା ହୋଇସାରିଛନ୍ତି।
୨୦୧୯ରେ, ଦୁର୍ଗା ପୂଜା ପୂର୍ବରୁ ସବ୍ୟସାଚୀ ଦତ୍ତ ତୃଣମୂଳ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଦତ୍ତ ପୁଣି ଥରେ ଭାଜପା ଛାଡି ଦୁର୍ଗା ପୂଜାରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।

Share