Categories: ଜାତୀୟ

ଭାଜପା କ’ଣ କେବଳ ହିନ୍ଦୁ ପ୍ରଦେଶର ଦଳ ଅଟେ? ଗଣମାଧ୍ୟମ ପ୍ରଶ୍ନର ଉତ୍ତର ଦେଲେ ମୋଦି

ନୂଆଦିଲ୍ଲୀ,୨୯।୧୨: ନିକଟରେ ସରିଥିବ ବିଧାନସଭା ନିର୍ବାଚନ ପରେ ଭାଜପା ଦକ୍ଷିଣର କୌଣସି ରାଜ୍ୟରେ କ୍ଷମତାରେ ନାହିଁ। ତେବେ କଣ ଭାଜପା କେବଳ ହିନ୍ଦୁ ପ୍ରଦେଶର ପାର୍ଟି ଅଟେ? ଏନେଇ ଗଣମାଧ୍ୟମ ପ୍ରଶ୍ନର ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ମୋଦି ଏପରି ଧାରଣାକୁ ଦୃଢ ମତରେ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏହା ଏକ ଭୂଲ ଆକଳନ ଅଟେ। ଭାଜପା ପାର୍ଟି ଆରମ୍ଭ ହେବା ପରଠାରୁ ଆମେ କିଏ ଆଉ କେଉଁ ଧର୍ମକୁ ପ୍ରତିନିଧିତ୍ୱ କରୁଛୁ ଏପରି କଥା ଶୁଣିବାକୁ ପାଉଛୁ। କେବେ ଆମେ ବାହ୍ମଣ-ଧର୍ମୀ ପାର୍ଟି ହେଉଛୁ ତ କେବେ ଏପରି ପାର୍ଟି, ଯାହା କେବଳ ହିନ୍ଦୁ ରାଜ୍ୟମାନଙ୍କର କଥା କହୁଛି। ଏମିତି କି ଆମକୁ ଏପରି ଦଳ କୁହାଗଲା ଯାହାଙ୍କୁ କେବଳ ସହର ଇଲାକାରେ ସମର୍ଥନ ମିଳିଥାଏ। କିନ୍ତୁ ଗୋଟିଏ ପରେ ଗୋଟିଏ ନିର୍ବାଚନ ଜିତି ଏସବୁ ତଥ୍ୟକୁ ଆମେ ଭୁଲ ପ୍ରମାଣିତ କରିଛୁ।

ଉଦାହରଣ ଦେଇ ମୋଦି କହିଛନ୍ତି, ଦେଶରେ ଏବେ କୌଣସି ଇଲାକା ନାହିଁ ଯେଉଁଠି ଆମକୁ ସମର୍ଥନ ମିଳୁନାହିଁ। ସ୍ଥାନୀୟ ନିର୍ବାଚନ ଠାରୁ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ହେବା ଯାଏଁ ଆମ ଦଳ ସବୁଠି ଭଲ ପ୍ରଦର୍ଶନ କରୁଛି। ବିହାର, ପଶ୍ଚିମବଙ୍ଗ, ଓଡିଶା ଓ ଝାଡଖଣ୍ଡରେ ଆମେ ପ୍ରମୁଖ ବିରୋଧି ଦଳ ଭାବେ ଉଭା ହୋଇଛୁ। ବିହାରରେ ଆମକୁ ବହୁଳ ଜନସମର୍ଥନ ଓ ଜନାଦେଶ ମିଳିଛି। ୬ମାସ ପୂର୍ବରୁ କର୍ନାଟକରେ ଆମର ସରକାର ଥିଲା ସେହିପରି ଆଜି ବି ପୁଦୁଚେରୀରେ ଆମର ସରକାର ଅଛି। କହିରଖୁଛୁ କି, ଦେଶରେ ୧୬ରାଜ୍ୟରେ ଆମେ କ୍ଷମତାସୀନ ଥିବାବେଳେ ୮ରାଜ୍ୟରେ ମୁଖ୍ୟ ବିରୋଧୀଦଳ ରହିଛୁ। ୨୦୧୪ ପୂର୍ବରୁ ଦେଶରେ ଆମର କୌଣସି ସ୍ଥିତି ନ ଥିଲା। କିନ୍ତୁ ପୂର୍ବର ୬ରାଜ୍ୟରେ ଏବେ ସରକାର ଅଛି।

Share