ପୁଣି ଥରେ ମା’ ହେବାକୁ ଯାଉଛନ୍ତି ଭାରତୀ !

ବମ୍ବେ: ଦ୍ୱିତୀୟ ଥର ପାଇଁ ମା’ ହେବାକୁ ଯାଉଛନ୍ତି ଲୋକପ୍ରିୟ କମେଡିଆନ୍‌ ଭାରତୀ ସିଂହ। ୟୁଟ୍ୟୁବରେ ସେ ନୂତନ ବ୍ଲଗ ଶେୟାର କରିବା ପରେ କିଛି ଏଭଳି ଚର୍ଚ୍ଚା ଜୋର ଧରିଛି। ବ୍ଲଗରେ ଟେଲି ଅଭିନେତ୍ରୀ ତଥା ବିଗ୍‌ବସ୍‌ ଫେମ୍‌ ଜାସ୍ମିନ ଭାସିନ ନଜର ଆସୁଛନ୍ତି। ସେ ଭାରତୀ ଗର୍ଭବତୀ ଥିବା ପରୋକ୍ଷରେ କହିଛନ୍ତି।

ୟୁଟ୍ୟୁବରେ ଭାରତୀଙ୍କ ଚ୍ୟାନେଲ ‘ଲାଇଫ୍‌ ଅଫ୍‌ ଲିମ୍ବାଚିଆ’ ରହିଛି। ଏହାର ଏକ ବ୍ଲଗରେ ଜାସ୍ମିନ ଅତିଥି ଭାବେ ହର୍ଷଙ୍କ ଘରକୁ ଯାଇଥିବା ଦେଖାଯାଇଛି। ସେ ଭାରତୀଙ୍କ ପୁଅ ଗୋଲାଙ୍କ ସହ ମସ୍ତି ମଧ୍ୟ କରୁଛନ୍ତି। ଏମିତିରେ କମେଡିଆନ ତାଙ୍କୁ ବିବାହ କରିନେବାକୁ ପରାମର୍ଶ ଦେଉଛନ୍ତି। ଜବାବରେ ପ୍ରଥମେ ତୁମେ ଦ୍ୱିତୀୟ ସନ୍ତାନ କର। ଗୋଲା ପାଇଁ ଛୋଟ ଭାଇଭଉଣୀ ଆଣ ବୋଲି ଜାସ୍ମିନ କହିଛନ୍ତି।

ଏହି କଥାରୁ ଭାରତୀ ଦ୍ୱିତୀୟ ସନ୍ତାନ ଲାଗି ପ୍ରୟାସ କରୁଥିବା କୁହାଯାଉଛି। ହେଲେ ତାଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

Share