ବେବି ବମ୍ପ ଲୁଚାଇଲେ କି ଦୀପିକା

ମୁମ୍ବାଇ: ବେଶ୍ କିଛିଦିନ ପରେ ବଲିଉଡ୍ ନାୟିକା ଦୀପିକା ପାଦୁକୋନଙ୍କୁ ମୁମ୍ବାଇରେ ସ୍ପଟ କରାଯାଇଛି । ଫିଲ୍ମ ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଂସାଲିଙ୍କ ଅଫିସ ବାହାରେ ସ୍ପଟ ହୋଇଛନ୍ତି ଏହି ନାୟିକା । ଅଫିସ ବାହାରେ ତାଙ୍କୁ ଅପେକ୍ଷା କରିଥିବା ଫଟୋଗ୍ରାଫରଙ୍କୁ ହାତ ହଲାଇ ଚାଲି ଯାଇଥିଲେ ବି ଏବେ ଦୀପିକାଙ୍କ ଲୁକ୍ସ ଆଲୋଚନା ପରିସରକୁ ଚାଲି ଆସିଛି । ଅବଶ୍ୟ କିଛି ଦିନ ପରେ ଦୀପିକା ଏକ ଓଭର ସାଇଜ୍ ସ୍ୱେଟର ସାଙ୍ଗକୁ ଡେନିମ ଜିନ୍ସ ଓ ହାଇହିଲ୍ ପିନ୍ଧିଥିବା ଦେଖାଯାଇଥିଲା । କରୋନା ପାଇଁ ମାସ୍କ ପିନ୍ଧିବାକୁ ମଧ୍ୟ ଭୁଲି ନ ଥିଲେ ଏହି ଅଭିନେତ୍ରୀ । ଦୀପିକାଙ୍କ ଏହି ଲୁକକୁ ତାଙ୍କ ପ୍ରଶଂସକମାନେ ପସନ୍ଦ କରିଥିବା ବେଳେ ଓଭର ସାଇଜ୍ ସ୍ୱେଟରକୁ ନେଇ କିନ୍ତୁ ପ୍ରଶ୍ନ କରିଛନ୍ତି । ଦୀପିକା ବୋଧହୁଏ ମା’ ହେବାକୁ ଯାଉଛନ୍ତି ବୋଲି ଆଲୋଚନା ହେଉଛି । ତେତେଜଣ ସୋସିଆଲ ମିଡିଆ ୟୁଜର୍ସ କହିଛନ୍ତି ଦୀପିକା ବେବି ବମ୍ପ ଲୁଚାଉ ନାହାନ୍ତିତ । ଏହା ପୂର୍ବରୁ ମଧ୍ୟ ଦୀପିକା ଏକ କଞ୍ଚା ଆମ୍ବର ଭିଡିଓ ଶେୟାର କରିଥିଲେ । ଯାହାକୁ ନେଇ ତାଙ୍କ ପ୍ରଶଂସକ ପ୍ରଶ୍ନ କରିଥିଲେ କି ଦୀପିକା ମା’ ହେବାକୁ ଯାଉ ନାହାନ୍ତିତ ।

Share