ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ବଡ ଖବର, ଆମେରିକାରେ ପହଞ୍ଚିଲେ ଚାଇନା ରାଷ୍ଟ୍ରପତି ସି ନିଜପିଙ୍ଗ

ଓ୍ବାଶିଂଟନ୍‌/ବେଜିଂ,୧୫।୧୧: ଚାଇନା ରାଷ୍ଟ୍ରପତି ସି ନିଜପିଙ୍ଗ ୬ବର୍ଷ ପରେ ଆମେରିକା ଗସ୍ତ କରିଛନ୍ତି। ଏକ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୁଧବାର ସନ ଫ୍ରାନ୍‌ସିସ୍କୋର ଖାଡି କ୍ଷେତ୍ରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଜିନପିଙ୍ଗ ସାକ୍ଷାତ କରିବେ। ଜିନପିଙ୍ଗ ଏହି ସମୟରେ ଆମେରିକା ଗସ୍ତ କରୁଛନ୍ତି ଯେତେବେଳେ କି, ଇସ୍ରାଏଲ-ହମାସ ଓ ୟୁକ୍ରେନ-ଋଷିଆକୁ ନେଇ ସାରା ବିଶ୍ୱ ଦୁଇଭାଗ ହୋଇଯାଇଛି। ଅନୁମାନ କରାଯାଉଛି କି, ଏହି ଦୁଇ ମହାଶକ୍ତିଙ୍କ ମହାମିଳନ ଦ୍ୱାରା ପଶ୍ଚିମ ଏସିଆ ଓ ୟୁରୋପରେ ଶାନ୍ତି ବଜାୟ ରହିବ।
ଚାଇନାର ସରକାରୀ ଏଜେନ୍ସିଅନୁଯାୟୀ, ଜିନପିଙ୍ଗ ଚାଇନା-ଆମେରିକା ଶିଖର ସମ୍ମିଳନୀ ଓ ଏପିଇସି ଆର୍ଥିକ ନେତାଙ୍କ ସହ ବୈଠକ ପାଇଁ ସାନ ଫ୍ରାନସିସକୋ ପହଞ୍ଚି ସାରିଛନ୍ତି। ତେବେ ଦୁଇ ନେତାଙ୍କ ମଧ୍ୟରେ ହେବାକୁ ଥିବା ବୈଠକରେ ଓ୍ବାଶିଂଟନ୍‌-ବେଜିଂ ସମ୍ବନ୍ଧରେ ସୁଧାର ଆସିବ ବୋଲି ଅନୁମାନ କରାଯାଉଛି।
ଦୁଇ ନେତାଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଚର୍ଚ୍ଚା ହୋଇପାରେ। ଦୁଇ ଦେଶ ମଧ୍ୟରେ ସୈନ୍ୟ ସଞ୍ଚାର, ଇସ୍ରାଏଲ ଓ ୟୁକ୍ରେନ ସଂଘର୍ଷ, ଜଳବାୟୁ ପରିବର୍ତ୍ତନ, ନିଶା ପଦାର୍ଥର ଘୋଟାଲାର ମୁକାବିଲା କରିବା, ମାନବଧିକାର ବିଷୟରେ ଅସହମତି ଏବଂ ଦକ୍ଷିଣ ଚୀନ ସାଗର ଓ ତାଇଓ୍ବାନ ଆଖପାଖରେ ସୈନ୍ୟ ବୃଦ୍ଧିକୁ ନେଇ ମଧ୍ୟ ଚର୍ଚ୍ଚା ହେବାର ରହିଛି।

Share