Advertisement
Categories: ଖେଳ

ବ୍ୟାଟରେ ବାଜିଛି କି ବଲ ? ବାବର-ରିଜଓ୍ବାନଙ୍କ ଭିଡିଓ ଭାଇରାଲ, ଦେଖନ୍ତୁ…

କୋଲକାତା,୧।୧୧ : ବିଶ୍ୱକପ ୨୦୨୩ର ୩୧ ତମ ମ୍ୟାଚ କୋଲକାତାରେ ବାଂଲାଦେଶ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚରେ ଅଧିନାୟକ ବାବର ଆଜମଙ୍କ ଦଳ ଏହାର ହାରିବା ଧାରାକୁ ଭାଙ୍ଗି ସାତ ୱିକେଟରେ ମ୍ୟାଚ ଜିତିବାରେ ସଫଳ ହୋଇଥିଲା। ମ୍ୟାଚ ସମୟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହମ୍ମଦ ରିଜୱାନ ବାଂଲାଦେଶ ଦଳର ବ୍ୟାଟ୍ସମ୍ୟାନଙ୍କୁ ପଚାରିଛନ୍ତି ବଲ ତାଙ୍କ ବ୍ୟାଟରେ ବାଜିଛି ନା ପ୍ୟାଡରେ ଲାଗିଛି।

ବାସ୍ତବରେ ବାଂଲାଦେଶ ବ୍ୟାଟିଂ ସମୟରେ ୪୩ ତମ ଓଭରରେ ଏହି ଘଟଣା ଦେଖିବାକୁ ମିଳିଥିଲା। ଦ୍ରୁତ ବୋଲର ଶାହିନ ଆଫ୍ରିଦି ବୋଲିଂ କରୁଥିଲେ। ତସ୍କିନ ଅହମ୍ମଦ ବ୍ୟାଟିଂ କରୁଥିଲେ। ଆଫ୍ରିଦିଙ୍କ ବଲରେ ଅହମ୍ମଦ ବ୍ୟାଟକୁ ଜୋରରେ ବୁଲାଇ ଦେଇଥିଲେ, କିନ୍ତୁ ବ୍ୟାଟ ଏବଂ ବଲ ସଂଯୋଗ ହୋଇ ନ ଥିଲା।

ଏହି ସମୟରେ, ପାକିସ୍ତାନୀ ଖେଳାଳିମାନେ ଆଉଟ ଅପିଲ କରିଥବଲେ। କିନ୍ତୁ ଅମ୍ପାୟାର ସେମାନଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହା ପରେ ବାବର ୱିକେଟ କିପର ରିଜୱାନଙ୍କ ତାଙ୍କ ମତାମତ ମାଗିଥିଲେ। ଏଠାରେ ରିଜୱାନ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ି ବ୍ୟାଟ୍ସମ୍ୟାନଙ୍କୁ ପଚାରିବାରେ ଲାଗିଲେ ଯେ ବଲ ତାଙ୍କ ବ୍ୟାଟରେ ବାଜିଛି ନା ପ୍ୟାଡରେ?

ଯେତେବେଳେ ରିଜୱାନ ବ୍ୟାଟ୍ସମ୍ୟାନଙ୍କୁ ଏହି ପ୍ରଶ୍ନ ପଚାରୁଥିଲେ, ଏହି ଅପ୍ରତ୍ୟାଶିତ ଏବଂ ହାସ୍ୟାସ୍ପଦ ଘଟଣା କ୍ୟାମେରାରେ କଏଦ ହୋଇଥିଲା। ବର୍ତ୍ତମାନ ଲୋକମାନେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନ ଦଳକୁ ପରିହାସ କରୁଛନ୍ତି। ବାବର ଆଜାମ ଏବଂ ଶାହିନ ଆଫ୍ରିଦି ମଧ୍ୟ ରିଜୱାନଙ୍କ ଏହି ଅନନ୍ୟ ଶୈଳୀରେ ଆଶ୍ଚର୍ଯ୍ୟ ହୋଇଥିଲେ।