Categories: ଜାତୀୟ

ପାର୍ଟି କ୍ଷମତାରେ ଅଛି ବୋଲି ଆମିଷ ଷ୍ଟଲ ଭାଙ୍ଗିବା କ‘ଣ ଠିକ୍‌ ? ଏଏମ୍‌ସିକୁ ହାଇକୋର୍ଟଙ୍କ ପ୍ରଶ୍ନ…

ଅହମଦାବାଦ,୯।୧୨: ଗୁଜରାଟର ଅମହଦାବାଦରେ ରାସ୍ତା ପାର୍ଶ୍ୱରେ ଥିବା ଆମିଷ ଷ୍ଟଲ ଭଙ୍ଗାରୁଜା ଘଟଣାରେ ହାଇକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ପାର୍ଟି କ୍ଷମତାରେ ଅଛି ବୋଲି ଏଭଳି କାର୍ଯ୍ୟ କରିବା କ‘ଣ ଠିକ୍‌। ଅହମଦାବାଦ ମ୍ୟୁନିସପାଲ କର୍ପୋରେଶନ(ଏଏମ୍‌ସି)କୁ ହାଇକୋର୍ଟଙ୍କ ପକ୍ଷରୁ ଏଭଳି ପଚରା ଯାଇଛି।

ବିଚାରପତି ବିରେନ୍‌ ବୈଷ୍ଣବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର କରି ଏଏମ୍‌ସିକୁ ପ୍ରଶ୍ନ କରିଛନ୍ତି ଯେ, ଲୋକେ ବେପାର ନ କଲେ ଚଳିବେ କିପରି? ଏଏମ୍‌ସି ପକ୍ଷରୁ ହାଜର ହୋଇଥିବା ଆଇନଜୀବୀଙ୍କୁ ଖଣ୍ଡପୀଠ ଏଭଳି କାର୍ଯ୍ୟ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।

ଲୋକଙ୍କୁ ଆମିଷ ଖାଇବାକୁ ମନା କରିବା କେତେ ଦୂର ଠିକ୍‌ ବୋଲି ଖଣ୍ଡପୀଠ ପଚାରିଛନ୍ତି। ତେବେ ଏଏମ୍‌ସି ଆଇନଜୀବୀ କହିଥିଲେ ଯେ, ରାସ୍ତା ପାର୍ଶ୍ୱରେ ଥିବା ଅମିଷ ଷ୍ଟଲ ଗୁଡ଼ିକ ଯୋଗୁ ଟ୍ରାଫିକ୍‌ ଜାମ୍‌ ହେଉଛି। ତେଣୁ ଏଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।

୨୪ ଘଣ୍ଟା ମଧ୍ୟରେ ଏଏମ୍‌ସି ଜବତ କରିଥିବା ଷ୍ଟଲ୍‌ ଗୁଡ଼ିକୁ ଶୀଘ୍ର ସମ୍ପୃକ୍ତ ବେପାରୀଙ୍କକୁ ହସ୍ତାନ୍ତର କରିବାକୁ କୋର୍ଟ ନିର୍ଦ୍ଦେଶ ଜାରି କରିଛନ୍ତି।

Share