Advertisement

୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ? ଏମ୍ସକୁ ସୁପ୍ରିମ୍‌କୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୧୯।୧ : ଜଣେ ୨୦ ବର୍ଷ ବୟସ୍କା ଅବିବାହିତା ବିଟେକ୍‌ ଛାତ୍ରୀଙ୍କ ୨୯ ସପ୍ତାହର ଗର୍ଭର ଗର୍ଭପାତ ନେଇ ସୁପ୍ରିମ୍‌କୋର୍ଟ ଏମ୍ସର ସହାୟତା ଲୋଡିଛନ୍ତି। ଶୀର୍ଷକୋର୍ଟ ପ୍ରଶ୍ନ କରିଛନ୍ତି ଯେ, ୨୯ ସପ୍ତାହରେ ଗର୍ଭପାତ କରାଇବା ସୁରକ୍ଷିତ କି ? ଏନେଇ କୋର୍ଟ ଏମ୍ସ ନିର୍ଦ୍ଦେଶକଙ୍କୁ ୨୦ ଜାନୁୟାରୀରେ ଏକ ଡାକ୍ତରୀ ଦଳ ଗଠନ କରି ଯାଞ୍ଚ୍‌ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସମ୍ପୃକ୍ତ ଛାତ୍ରୀଙ୍କ ପରୀକ୍ଷା ରିପୋର୍ଟ ଦାଖଲ କରିବାକୁ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share